STORYMIRROR

Kishore Nayak

Tragedy

4  

Kishore Nayak

Tragedy

"ଜୀବନ ନିଃଶ୍ୱାସ "

"ଜୀବନ ନିଃଶ୍ୱାସ "

1 min
44

ଜୀବନ ନିଃଶ୍ୱାସ       ଚାଲିଛିରେ ଭାଇ 

         ବିଶ୍ୱାସକୁ କରି ସାଥି 

ଏ ଜୀବନ ବନ୍ଧୁ        ଚାରି ପ୍ରହରର 

         ପାହି ଆସୁଥିବା ରାତି ll 

ଶୈଶବ କୈଶୋର      ଯୌବନ ବାର୍ଦ୍ଧକ୍ୟ 

        ଏ ଚାରି ସୋପାନ ଦେଇ

ଜୀବନର ଗତି         ବୟସର ରାତି 

         ସରି ସରି ଆସୁଥାଇ ll

ସମୟ ଖିଅରେ        ଏ ଧରା ଧାମରେ 

        ପ୍ରଶ୍ୱାସେ ଭରସା ବାନ୍ଧି 

ଚାଲିଛି ଜୀବନ        ପ୍ରତିଟି ସ୍ପନ୍ଦନ 

       ମଧ୍ୟେ ହୋଇ ଛନ୍ଦା ଛନ୍ଦି ll

ସ୍ୱପ୍ନ ଅଭିଳାଷ         ପ୍ରତି ନିଃଶ୍ୱାସରେ 

         ଜଗାଏ ଉଦ୍ଭଟ ଆଶା 

ସତେ ଯେମିତିକି       ବୃକ୍ଷେ ଝୁଲୁଥିବା 

        ବାଇ ଚଢେଇର ବସା ll

ଭରସାର ଦମ୍ଭେ        ପ୍ରକୃତି ଗରଭେ 

        ବିଶ୍ୱାସରେ ହୋଇ ଦୃଢ 

ପ୍ରାଣ ସ୍ପନ୍ଦନରେ        ଶ୍ୱାସ ପ୍ରଶ୍ୱାସରେ 

        ଜୀବନ ନେଉଛି ମୋଡ଼ ll

ମାଟିର ଶରୀର        ମାଟିରେ ମିଶିବ 

        ପିଣ୍ଡର ଦୁଆର ଖୋଲି 

ପ୍ରାଣ ପକ୍ଷୀ ଦିନେ       ଗୁପତେ ଚୁପୁତେ 

        ଘଟ ଛାଡି ଯିବ ଚାଲି ll

ଅସ୍ଥାୟୀ ଜୀବନ        ଠିକଣା ବିହୀନ 

        କେତେବେଳେ ହେବ ଶେଷ 

ତୁଚ୍ଛାଟାରେ ସିନା       ତଥାପି ମଣିଷ 

         ପିଉଚି କାମନା ବିଷ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy