STORYMIRROR

Purnima Prusty

Tragedy Classics Others

4  

Purnima Prusty

Tragedy Classics Others

ମତେ କି ପାସୋରି ପାରିବ

ମତେ କି ପାସୋରି ପାରିବ

1 min
56

ସ୍ୱର୍ଗର ଅପ୍ସରୀ ମିଳିଲେ ବି ସାଥି

ମୋ ପରି କି... ତୁମକୁ ଲାଗିବ 

ସଚ୍ଚା ମନେ ଯଦି ଭଲ ପାଉଥିବି

ମତେ ତୁମେ ସଦା ଖୋଜିବ


ରତନ ପଲଙ୍କେ ଶୋଇଲେ ବି ସାଥି

ମୋ କୋଳ କି...ପାସୋରି ପାରିବ

ପ୍ରେମ ଯଦି ମୋର ଥିବ ସ୍ୱାର୍ଥହୀନ

ମୋ ସ୍ମୃତିକୁ ତୁମେ ଝୁରିବ


ଯେତେ ଭିଡରେ ବି ରହିଥିଲେ ସାଥି

ମତେ କି...ପାସୋରି ପାରିବ

ମୋ ମନ ମନ୍ଦିରେ ତୁମେ ଥିବ ଯଦି

ପ୍ରତି ସ୍ୱପ୍ନେ ମତେ ପାଇବ


ଲକ୍ଷେ ଜହ୍ନ ରାତି ଆସିଲେ ବି ସାଥି

ମୋ ପ୍ରୀତି ଭରା ରାତି କି..ମିଳିବ

ଆସିବ ସେ ଦିନ ଯୋଉ ଦିନ ତୁମେ

ମୋ କଥା କୁ ଭାବି କାନ୍ଦିବ 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy