STORYMIRROR

Purnima Prusty

Romance Classics Others

4  

Purnima Prusty

Romance Classics Others

ମୁଁ କିଛି ଲୁଚେଇବିନି ତୁମକୁ

ମୁଁ କିଛି ଲୁଚେଇବିନି ତୁମକୁ

1 min
11

ଗୋଲାପ ଫୁଲର ବାସ୍ନାରେ ସିନା ବଗିଚା ମହକେ କିନ୍ତୁ

ତୁମ ଦେହର ବାସ୍ନାରେ ମୋ ହୃଦୟ ମହକି ଯାଏ


ତୁମେ ପାଖରେ ଥିଲେ ସବୁ ଭୁଲି ଯାଏ

କେତେ ସଫଳ ହେଲି କେତେ ବିଫଳ ହେଲି କି ଅବା

ମିଳିଲା ସାର୍ଥକତା କି ହେଇଗଲି ନିରର୍ଥକ...


ଲୁଚେଇବିନି ତୁମକୁ କିଛି ବି,,,

ଦେଇଥିବା ପରୀକ୍ଷା ଠାରୁ କରିଥିବା

ପ୍ରତୀକ୍ଷା ଭିତର ଯନ୍ତ୍ରଣା

ଶୂନ୍ୟତାର ଅବଶୋଷ ଠାରୁ ପୂର୍ଣ୍ଣତାର ଆତ୍ମସନ୍ତୋଷ ଯାଏ

ଯାହା ବି ଘଟିଛି ସବୁ କିଛି

ତୁମେ ଖାଲି ଥୟ ମନ ହେଇ ଶୁଣିବ...

ଶାନ୍ତ ହେଇ ପରଖିବ ମୋ ପ୍ରେମର ଗଭୀରତାକୁ

ନୀରବ ମୁଁ ରହି ପାରିବିନି ତୁମ ସାମ୍ନାରେ

କାଇଁକି ନା ସାରା ସଂସାର ସିନା ମତେ ନୀରବ ଦ୍ରଷ୍ଟା

ସଜେଇ ପାରିବ କିନ୍ତୁ ତୁମ ଆଗରେ ମୁଁ ମୋ ନୀରବତା ରକ୍ଷା କରିପାରିବିନି..

ତୁମେ ଦୁନିଆକୁ ଜିତିବାକୁ ଚାଁହୁଛ ମୋର ପୁରା ଦୁନିଆ ହିଁ ତୁମେ

ତୁମକୁ ଜିତିଗଲେ ଜିତିଯିବି ପୁରା ଜଗତ,,,

ପ୍ରେମର ସାଂଜ୍ଞା କି ମାପକାଠି ମୋ ପାଖରେ ନାହିଁ

ଅଛି ତ କେବଳ ଯାହା ଅଗାଢ ବିଶ୍ୱାସ ଅତୁଟ ଭରଷା

ଆଉ ଅନନ୍ତ ଭଲ ପାଇବା କେବଳ ତୁମ ପାଇଁ 

ମୋ ଭୂତରେ.....ବର୍ତ୍ତମାନରେ.....ଆଗାମୀ ଭବିଷ୍ୟରେ....।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance