STORYMIRROR

Purnima Prusty

Classics Inspirational Others

4  

Purnima Prusty

Classics Inspirational Others

ମର୍ଯ୍ୟାଦା

ମର୍ଯ୍ୟାଦା

2 mins
30

କିଛି କହିବାକୁ ଆଉ ଭାଷା ବି ମିଳୁନି

ତୁ ପରା କୁଆଡେ ସବୁ ସହି ଯାଉ ବୋଲି ତତେ ଧରିତ୍ରୀ କୁହାଯାଏ,,,

ତୁ କାଳେ ସ୍ଵର୍ଗାଦପି,, ମହିୟସୀ, ଗରୀୟସୀ,,,

କୁଆଡେ ଗଲା ସେ ଆତ୍ମମର୍ଯ୍ୟାଦା,,,

ଶୁଣିବାକୁ ମିଳୁନି ଆଉ ନାରୀ ଯେ ଅଟଇ ଦେଵୀ,,, ପୂଜନୀୟା ସଦା ବନ୍ଦନୀୟା...

କାଇଁକି ଭୁଲି ଗଲୁ ତୁ ସହିବା ତୋର ଧର୍ମ ବୋଲି

ପାସୋରି ଗଲୁ ତୋ ଭିତରେ ଲୁଚିଥିବା ସେବିକା,,, ଅର୍ଦ୍ଧାଙ୍ଗିନୀ,, ମାତୃତ୍ୱ,ଜାୟା,,,ଭଗିନୀର ଭିର୍ଣ୍ଣ ଭିର୍ଣ୍ଣ ରୂପକୁ

ସତରେ ଏତେ ତୁଚ୍ଛ ହେଇଗଲା ଏଇ ସବୁ ବନ୍ଧନ

ବୋଝ ହେଇଗଲା ତୋ ପାଇଁ ସମ୍ପର୍କ ଗୁଡାକ

ସତରେ କଣ ତୁ ଅତିଷ୍ଟ ହେଇ ପଡ଼ିଲୁ ସଂସାର ଜଞ୍ଜାଳ ଭିତରେ ରହି ରହି

ଯୋଉ ସମାଜ ଦିନେ ନାରାୟଣୀ କହି ପୂଜା କରୁଥିଲା ଆଜି ସେଇ ସମାଜ ତତେ ଧିକାର କରୁଛି

ତୁ ଆଉ ରୁପସୀ ଚନ୍ଦ୍ରମା ନୁହେଁ

ଗୋଲାପର କଅଁଳ ପାଖୁଡା ନୁହେଁ

ଅଳସୀ ନଈ ନୁହେଁ

ତୋ ହୃଦୟରୁ କାଳେ ଲୋପ ପାଇ ଯାଇଛି ଦୟା,, ମାୟା,, ଶ୍ରଦ୍ଧା,,ଭଲ ପାଇବା

ଭରି ହେଇ ରହିଛି ପେଟରେ ପେଟେ କପଟ,, ହିଂସା,, ଅଂହକାର..

କେଜାଣି କୋଉ ବ୍ୟାଧିର ଶିକାର ତୁ,,,

କେମିତି ସହି ପାରୁଛୁ ଧିକାର ବଚନ ସବୁକୁ


କେମିତି ବେଲଜ୍ୟା ହସ ହସି ପାରୁଛୁ

କେମିତି ହଜମ ହଉଛି ତୋ ଦ୍ୱାରା

ସମୟ ଏବେ ବି ଅଛି...

ଫେରେଇ ଆଣି ପାରିବୁ ତୁ ତୋର ସ୍ୱାଭିମାନକୁ

ଲିଭେଇ ପାରିବୁ ପ୍ରତାରିକା, ନଷ୍ଟ ଚରିତ୍ରା, ବ୍ୟଭିଚାରିତାର କଳା ଦାଗକୁ

ହଟେଇ ପାରିବୁ ନିନ୍ଦନୀୟ ଅଭିଯୋଗର ଘନ ବାଦଲକୁ ତୋ ଜୀବନ ଆକାଶରୁ...

ହଁ ହୁଏତ ସମୟ ଲାଗି ପାରେ,,

କିନ୍ତୁ ତୋର ଧର୍ଯ୍ୟକୁ ଅସ୍ତ୍ର କରି ପୁଣିଥରେ ନିଜକୁ ପ୍ରମାଣ କରେଇ ପାରିବୁ ତୁ ଧିକାରର ନୁହେଁ ବରଂ ସମ୍ମାନର ଯୋଗ୍ୟା


ଅପବାଦର ନୁହେଁ ପ୍ରଶଂସାର ପାତ୍ରୀ

ତୋ ଭିତରେ ଏବେ ବି ସତୀ, ସାବିତ୍ରୀ, ଦୁର୍ଗା ମା ଙ୍କ ପବିତ୍ରତା ରହିଛି

ତତେ ଜଣେଇ ଦେବାକୁ ହବ ତୁ ଆସୁରିକ ଶକ୍ତିର ନୁହେଁ ବରଂ ଦୈବୀ ଶକ୍ତିର ଅଂଶ

ତୁ କାହାରି ସର୍ବନାଶ ନୁହେଁ ତୋ ଠାରୁ ହିଁ ସୃଷ୍ଟି ଜୀବନ,, ନାମ,, ଯଶ ଆଉ ଵଂଶ...।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics