STORYMIRROR

Purnima Prusty

Classics Inspirational Others

3  

Purnima Prusty

Classics Inspirational Others

ଧିକ ମୋ ଭକତି ଭାବକୁ

ଧିକ ମୋ ଭକତି ଭାବକୁ

1 min
40


ମନର ଭାବନା କିଛି ତୋ ଆଗରେ 

ରଖିନି କେବେ ତ ଗୋପନ

କୋଉ ଅପରାଧେ କୋଉ ଭୁଲ୍ ଲାଗି

ଉଜାଡି ଦିଅ ମୋ ସପନ ।


ଆହେ ଦିନ ବନ୍ଧୁ ତୁମ କୃପା ପାଇଁ

ଲୁହ ଢାଳି କରେ ଅର୍ଚନା

ସରଳ ପଣିଆ ଦେଖା କି ଯାଉନି

କାଇଁ କର ମତେ ଭର୍ସଚନା ।


ହେ କାଳିଆ ଗଉଡ଼ ଅନ୍ତର ଭିତରୁ

ଡାକ କି ମୋ ଆଉ ଶୁଭୁନି

ହେଲ କି ବା ଅନ୍ଧ ଆହେ କଳା ଚାନ୍ଦ

ଦୁଃଖ କି ମୋ ଆଉ ଦିଶୁନି ।


ଧିକ ତୁମ ଆହେ ଠାକୁର ପଣିଆ

ଧିକ ତୋ କଠୋର ହୃଦକୁ 

ଧିକ ଧିକ ଆଉ ସତ ଧିକ ମୋର

ଭକତ ପଣିଆ ଭାବକୁ ।



Rate this content
Log in

Similar oriya poem from Classics