ସ୍ୱାଧୀନ ଦେଶର ଝିଅ
ସ୍ୱାଧୀନ ଦେଶର ଝିଅ
ହେ ସ୍ୱାଧୀନ ଦେଶର ଝିଅ
କେତେ ତୋର ଭୁଲ୍ ସବୁକୁ ଅଣଦେଖା କରିବୁ
କେବେ ବୁଝିବୁ ତୁ ନାରୀ ତୋ ପାଇଁ ସଂସାର ସୃଷ୍ଟି ବି ବିନାଶ ବି
କେବେ ଚେତା ପଶିବ ତୁ ସତ ଚେଷ୍ଟାରେ ବି ପୁରୁଷ ସମସ୍କନ୍ଦ ନୁହେଁ
ତୁ ମାଟି ହାଣ୍ଡି ଥରେ ଭାଙ୍ଗିଲେ ପୁଣି ତତେ କାଦୁଅ ମେଞ୍ଚା ହେବାକୁ ପଡିବ
ନିଜର ଅଙ୍ଗ ପ୍ରତ୍ୟେଙ୍ଗ ସବୁକୁ କାଇଁ ଏମିତି ଅଧା ଅଧା କପଡା ପିନ୍ଧି ଦେଖେଇ ହଉଛୁ
କାଇଁ ପୁଣି ନ୍ୟାୟ ମାଗି ଭିକାରି ସାଜୁଛୁ ନିଜ ବଳାତ୍କାରର ଅଭିଯୋଗ ନେଇ
ଲାଜ କରିବା ଶିଖିନେ ସେଇଟା ହିଁ ତୋର ଗହଣା
କାଇଁ ତୋର କିଛି ଭୁଲ୍ ତତେ ଦେଖା ଯାଉନି
ଘରର ଏରୁଣ୍ଡି ବନ୍ଧ ତତେ କାଇଁ ଲକ୍ଷ୍ମଣ ରେଖା ଲାଗୁଚି
କାଇଁ ପତିର ସେବା ତତେ ଲାଗୁଚି ତୁ ଅଧୀନ କୋଉ ଗୋଟେ କାଳ ଗ୍ରହର
କାଇଁ ପିଲା ଛୁଆଙ୍କ ଜଞ୍ଜାଳ ତତେ ବୋଝ ଲାଗୁଚି
ବାସ୍ତବ ଖୁସି ଏଇଟା ଥରେ ଭାବି ଦେଖେ
କେତେ ନିଜର ଭୁଲ୍ ସବୁକୁ ଅଣଦେଖା କରିବୁ....
ଭଅଁର ସିନା ସହସ୍ର ଫୁଲର ମହୁ ଶୋଷି ନିଏ
ତୁ କିନ୍ତୁ ପରା ଫୁଲ,,,ଥରେ କୋଉ ଦେବତାର ଚରଣରେ ଲାଗିଗଲେ ତୁ ହେଇଯିବୁ ବାସି
ଅଳସୁଆମି ତ୍ୟାଗ କର୍ ତ୍ୟାଗ କର୍ ତୋର ଘମଣ୍ଡି ଚିନ୍ତା ଧାରାକୁ
ଦୁହିତା ତୁ କାଇଁ ନିରୀହ ବାପାର ମନରେ ଦୁଶ୍ଚିନ୍ତାର ବୋଝ ହେଇ ରହିଛୁ
ନିଜକୁ ସମ୍ଭାଳି ରଖ୍
ସମ୍ଭାଳି ଦେ ନିଜର ଚରିତ୍ରକୁ ଏବେ ବି ସମୟ ଅଛି
ସ୍ୱାଧୀନତା ନାଁ ରେ ସ୍ବେଛାଚାରିତା ଛାଡ଼ିଦେ
ନହେଲେ ପୁରୁଣା ପାଠର ଆଲୋଚନା କେବେ ସରିବିନି
କେବେ ସରିବନି ତୋର ଅଧୀନତାର ସମୟ ସୀମା
ଆତ୍ମନିର୍ଭର ନାମରେ ଆଉ ଆତ୍ମଗର୍ବ ବଢ଼ାନି
ଦୁର୍ଗତିର ଚରମ ସୋପାନ ଛୁଇଁବା ଆଗରୁ କଳିନେ ନିଜର ଦୁର୍ବଳତା ସବୁ
ଏବେ ବି ସମୟ ଅଛି ବାଟବଣା ହେବା ଆଗରୁ ନିଜକୁ ସୁଧାରି ନେ...।