STORYMIRROR

Purnima Prusty

Classics Inspirational Others

4  

Purnima Prusty

Classics Inspirational Others

ସ୍ୱାଧୀନ ଦେଶର ଝିଅ

ସ୍ୱାଧୀନ ଦେଶର ଝିଅ

1 min
337

ହେ ସ୍ୱାଧୀନ ଦେଶର ଝିଅ

କେତେ ତୋର ଭୁଲ୍ ସବୁକୁ ଅଣଦେଖା କରିବୁ

କେବେ ବୁଝିବୁ ତୁ ନାରୀ ତୋ ପାଇଁ ସଂସାର ସୃଷ୍ଟି ବି ବିନାଶ ବି

କେବେ ଚେତା ପଶିବ ତୁ ସତ ଚେଷ୍ଟାରେ ବି ପୁରୁଷ ସମସ୍କନ୍ଦ ନୁହେଁ

ତୁ ମାଟି ହାଣ୍ଡି ଥରେ ଭାଙ୍ଗିଲେ ପୁଣି ତତେ କାଦୁଅ ମେଞ୍ଚା ହେବାକୁ ପଡିବ


ନିଜର ଅଙ୍ଗ ପ୍ରତ୍ୟେଙ୍ଗ ସବୁକୁ କାଇଁ ଏମିତି ଅଧା ଅଧା କପଡା ପିନ୍ଧି ଦେଖେଇ ହଉଛୁ

କାଇଁ ପୁଣି ନ୍ୟାୟ ମାଗି ଭିକାରି ସାଜୁଛୁ ନିଜ ବଳାତ୍କାରର ଅଭିଯୋଗ ନେଇ

ଲାଜ କରିବା ଶିଖିନେ ସେଇଟା ହିଁ ତୋର ଗହଣା

କାଇଁ ତୋର କିଛି ଭୁଲ୍ ତତେ ଦେଖା ଯାଉନି

ଘରର ଏରୁଣ୍ଡି ବନ୍ଧ ତତେ କାଇଁ ଲକ୍ଷ୍ମଣ ରେଖା ଲାଗୁଚି

କାଇଁ ପତିର ସେବା ତତେ ଲାଗୁଚି ତୁ ଅଧୀନ କୋଉ ଗୋଟେ କାଳ ଗ୍ରହର

କାଇଁ ପିଲା ଛୁଆଙ୍କ ଜଞ୍ଜାଳ ତତେ ବୋଝ ଲାଗୁଚି

ବାସ୍ତବ ଖୁସି ଏଇଟା ଥରେ ଭାବି ଦେଖେ

କେତେ ନିଜର ଭୁଲ୍ ସବୁକୁ ଅଣଦେଖା କରିବୁ....

ଭଅଁର ସିନା ସହସ୍ର ଫୁଲର ମହୁ ଶୋଷି ନିଏ

ତୁ କିନ୍ତୁ ପରା ଫୁଲ,,,ଥରେ କୋଉ ଦେବତାର ଚରଣରେ ଲାଗିଗଲେ ତୁ ହେଇଯିବୁ ବାସି

ଅଳସୁଆମି ତ୍ୟାଗ କର୍ ତ୍ୟାଗ କର୍ ତୋର ଘମଣ୍ଡି ଚିନ୍ତା ଧାରାକୁ

ଦୁହିତା ତୁ କାଇଁ ନିରୀହ ବାପାର ମନରେ ଦୁଶ୍ଚିନ୍ତାର ବୋଝ ହେଇ ରହିଛୁ

ନିଜକୁ ସମ୍ଭାଳି ରଖ୍

ସମ୍ଭାଳି ଦେ ନିଜର ଚରିତ୍ରକୁ ଏବେ ବି ସମୟ ଅଛି

ସ୍ୱାଧୀନତା ନାଁ ରେ ସ୍ବେଛାଚାରିତା ଛାଡ଼ିଦେ

ନହେଲେ ପୁରୁଣା ପାଠର ଆଲୋଚନା କେବେ ସରିବିନି

କେବେ ସରିବନି ତୋର ଅଧୀନତାର ସମୟ ସୀମା

ଆତ୍ମନିର୍ଭର ନାମରେ ଆଉ ଆତ୍ମଗର୍ବ ବଢ଼ାନି

ଦୁର୍ଗତିର ଚରମ ସୋପାନ ଛୁଇଁବା ଆଗରୁ କଳିନେ ନିଜର ଦୁର୍ବଳତା ସବୁ

ଏବେ ବି ସମୟ ଅଛି ବାଟବଣା ହେବା ଆଗରୁ ନିଜକୁ ସୁଧାରି ନେ...।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics