STORYMIRROR

ବିନୟ ମହାପାତ୍ର

Abstract Tragedy Inspirational

4  

ବିନୟ ମହାପାତ୍ର

Abstract Tragedy Inspirational

ନିଦ ଭାଙ୍ଗିଲେ ସକାଳ ହୁଏ

ନିଦ ଭାଙ୍ଗିଲେ ସକାଳ ହୁଏ

1 min
63

ଟିକିଏ କଷ୍ଟ ହେଲା,

କିଛି ଏକ ଅଘଟଣ ଦୋହଲାଇ ଦେଲା

ଜୀବନର ବିଶାଳ ମହାଦୃମ ।


ଏତିକି କଥାରେ, ଠାଣି ନେଲ

ହାରିବାକୁ ବାକିଥିବା ଜୀବନ,

ଭୂଲିଗଲ ଜୀବନର ଅଜସ୍ର ହସ ଖୁସି ଦିନ !

କେମିତି ଯେ ଭୂଲିଯିବ ମାଆର ବେଦନା,

ତୁମର ଟୋପେ ଲୁହ

ଯାହା ହୃଦୟକୁ ଟୁକୁଡା ଟୁକୁଡା କରିଦିଏ,

କେମିତି ଭୂଲିଯିବ ବାପାଙ୍କର ସ୍ୱପ୍ନ ।


କେମିତି ଭୂଲିଯିବ

ତୁମେ ତୁମ ପତ୍ନୀର ପ୍ରେମକୁ ।


ଭୂଲିକି ପାରିବ କେବେ

ନିଜ ସନ୍ତାନର ଅଳି ଅର୍ଦ୍ଦଳି କୁ?

ଯେବେ ଜଣେ ଅବେଳରେ ମରେ,

ସିଏ କେବେ ଏକେଲା ମରେନା,

ଛାଡିଦେଇ ଯାଏ, ଅନେକ ଜୀବନ

ତିଳ ତିଳ ଜଳି ଜଳି ନିତି ମରିବାକୁ ।


ନିଜ ମୃତ୍ୟୁ ପଶ୍ଚାତରେ,

ଏଇ ପଳୟନେ,

ବହୁତ କିଛି ବଦଳି ଯାଏ,

ଉଜୁଡି ଯାଏ ଅନେକ ସପନ,

କେମିତି ଯେ ଭୂଲିଯାଅ

ଖୁସିର ଦିନ ମାନଙ୍କୁ?

ଦିନ ଯଦି ବଦଳି ଯାଏ,

ରାତ୍ରୀର ଅନ୍ଧକାର ମାଡିଆସେ,

କାହିଁକି ନିରାଶ ଭାବନା

ସୁଖଦିନ ଆଉ ଫେରିବନି ବୋଲି?


ଦିନ ଦିନେ ବଦଳିବ ବନ୍ଧୁ,

ଦୁଃଖ ପରେ ସୁଖର ଦିନକୁ

କିଏ ଅବା ଅଟକାଇ ନେବ

ଆଜିର ଦୁଃଖ ବଦଳିବ, ସୁଖ ଦେବ କାଲି ।


ଏଇତ ଦୁନିଆଁ,

ଏଠି ପ୍ରେମରେ କେବେ ଧୋକା ମିଳେ,

କେବେ ସମାଜ ଧାରୁଆ ଛୁରୀ

ପ୍ରେମର ଗଳା କାଟିଦିଏ ।


କେବେ ବିନା ବର୍ଷା ମରୁଡି ତ,

କେବେ ଅଦିନିଆ ବରଷାରେ

ପାଚିଲା ଖେତ ଉଜୁଡି ଯାଏ ।


ଜୀବନ ହାରି ଦେବାର ବାହାନା

ଅନେକ ଆସେ ଜୀବନରେ

ଏବଂ ଅଜସ୍ର ସମ୍ଭାବନା ବି ଆସେ,

ଜୀବନର ପ୍ରତି ମୁହୁର୍ତ୍ତରେ ।


ଅଳ୍ପ ଧୈର୍ଯ୍ୟ, ଟିକେ ସହିଯିବାର କଳା,

ଜୀବନରେ ଆଉଥରେ ଆଣିଦିଏ

ଅଜସ୍ର ସୁଖଦ ଦିନର ସପନ ।


ହାରିଯିବା, ଜୀବନ ନୁହେଁ ବନ୍ଧୁ

ହାରିବା ତ ଜିତିବାର ସପନ ଜଗାଏ ।


ହାରିବାରୁ ଶିଖିନିଅ ଜିଇଁବାର କଳା,

ଜିତେ ସିଏ,

ଯିଏ ହାର ଜିତ୍ ର ଏଇ ଜୀବନକୁ

ଧୈର୍ଯ୍ୟରଖି ଖେଳିଯାଏ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract