STORYMIRROR

Prasanta Kumar Behera

Romance Fantasy Others

3  

Prasanta Kumar Behera

Romance Fantasy Others

ଉଷା ଉର୍ବଶୀ

ଉଷା ଉର୍ବଶୀ

1 min
246


ତମ ସ୍ୱର ଶୁଭିଗଲା

ଚମକି ଚାହିଁଲି

ଆସିଛକି ତମେ 

ଉଷାର ଆଲୋକେ

ପ୍ରେମ ରାଗ 

କଣ୍ଠେ ତୋଳି ।


ତମ ଗନ୍ଧ ଚହଟିଲା

ପୁଲକେ ଭାବିଲି

ଭାସି ଆସିଛିକି 

ଉଷା ମଳୟରେ

ତମ ତନୁ 

ମହକିଧୂଳି ।




ମୋ କକ୍ଷେ ଖେଳିଗଲା

କଦମ୍ବ ଲହରୀ

ଉଷା ଉର୍ବଶୀ ବିବସନା

ମୋ ବକ୍ଷେ ଆଙ୍କିଦେଲା

ପଦ୍ମପାଦ ଶିରୀ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance