STORYMIRROR

SUJATA DAS

Fantasy

3  

SUJATA DAS

Fantasy

କେବେ କୁହ ତୁମେ,

କେବେ କୁହ ତୁମେ,

1 min
197


କେବେ କୁହ ତୁମେ

   ପ୍ରୀତି ଲଗ୍ନା ବୋଲି

     କେବେ ପୁଣି ମଧୁଲଗ୍ନା

କେବେ ପୁଣି କୁହ

  ହୃଦୟ ଈଶ୍ୱରୀ

     ଛନ୍ଦମୟୀ ସ୍ମୃତି ମଗ୍ନା ।


କେବେ କୁହ ତୁମେ

   ସୁଶ୍ରୀ ଶୁଭପ୍ରିୟା

      ସପନର ନୀଳପରୀ

କେବେ ପୁଣି କୁହ

   ମିଠା କବିତା ମୁଁ

     ଲେଖନୀରୁ ଯାଏ ଝରି ।


କେବେ କୁହ ତୁମେ

   ଶୁଭ ଦର୍ଶନୀ ମୋ

     ରାତିର ରଜନୀଗନ୍ଧା

କେବେ ପୁଣି କୁହ

   ପ୍ରଣୟ ବଲ୍ଲରୀ

    ପ୍ରାଣ ପ୍ରିୟା ନିଶିଗନ୍ଧା ।


କେବେ କୁହ ତୁମେ

   ଶବ୍ଦର ମଲ୍ଲୀକା

     ପ୍ରୀତି ଝରା ମଧୁଶାଳା

କେବେ ପୁଣି କୁହ

   ଶ୍ୟାମା ଲାସ୍ୟମୟୀ

      କୋଣାର୍କର ଚାରୁକଳା ।


କେବେ କୁହ ତୁମେ

   ଫୁଲେଇ ଜହ୍ନଟେ

      ତୁମ ମନ ଆକାଶରେ

କେବେ ପୁଣି କୁହ

   ମନୋଇ ଝିଅଟେ

      ରୁଷି ଗଲେ ନିଦ ହରେ ।


କେବେ କୁହ ତୁମେ

   ସ୍ନିଗ୍ଧା ପ୍ରୀତିପଦ୍ମା

      ସପ୍ତ ରଙ୍ଗୀ ପ୍ରଜାପତି

କେବେ ପୁଣି କୁହ

   ହୃଦୟ ସ୍ପନ୍ଦନ

     ପ୍ରଣୟର ମଧୁମତୀ. ।



Rate this content
Log in

Similar oriya poem from Fantasy