ସମ୍ପର୍କ
ସମ୍ପର୍କ
ଦି ପଟ ଶଙ୍ଖା,ଚିମୁଟିଏ ସିନ୍ଦୁର,
ରଖିଦେଲା ଜନମ ଜନମର ସମ୍ପର୍କ,
ସେ ସମ୍ପର୍କ ଯୋଡି ଦି ଟି ମନକୁ କରିଲା ଏକ,
ସେଥିରେ ଥାଏ ପ୍ରେମ କି ଭାଵଗର୍ଭକ।
ତୁମେ ମୁଁ, ମୁଁ ତୁମେ,ନୁହେଁ ଯେ ଭିନ୍ନ,
ଶରୀର ଦୁଇଟି ଏକ ଆମ ମନ ପ୍ରାଣ,
ତୁମ ଭିତରେ ମୁଁ ଥାଏ,ମୋ ଭିତରେ ତୁମେ,
ସଦା ଝୁମୁଥାଏ ଏ ମନ ଦୁହେଁ ଦୁହିଁଙ୍କ ର ପ୍ରେମେ।
ପତି ପତ୍ନୀ ର ପ୍ରେମ ସମ୍ପର୍କ,
ରସ ପୂର୍ଣ୍ଣ ଭରା କି ଭାବଗର୍ଭକ,
ଏ ସମ୍ପର୍କ ଅଟେ ଜନମ ଜନମ,
ଏହାର ଭାଵ ଚିର ଶାଶ୍ୱତ ଅମ୍ଳାନ।
ସେ ପାଇଁ ଯେବେ ପ୍ରିୟ ତୁମେ ସିଉ ସିଉ ଡାକଦିଅ
ମୋ ମନେ କାହିଁ ହଜାର ବୀଣା ଝଙ୍କୃତ ହୁଏ,
ସେ ଡାକରେ କି ମାଦକତା ଥାଏ,
ଅଙ୍ଗେ ଅଙ୍ଗେ ମଧୁ ଝରିଯାଏ ।
ତୁମର ସେ ଦୁଇ ଅକ୍ଷର,
କିଣି ନିଏ ମୋ ମନ,
ତୁମ୍ଭଠାରେ ପ୍ରାଣଟି ମୋହର,
କାହିଁ ହୋଇଯାଏ ତଲ୍ଲୀନ।
ସିଉ ସିଉ ବୋଲି ଡାକ ଯେବେ ପ୍ରିୟ,
ଅଠର ବରଷ ହୋଇ,
ନ ଚାହିଁଲେ ବି ପ୍ରିୟତମ ମୋର,
ସପନେ ପହଁରେ ମୁହିଁ।
ତୁମ ପ୍ରେମ ମତେ ,
ପ୍ରେମ ପାଗଳିନୀ କରେ,
ତୁମ ନିଶଃବ୍ଦ ପଦ ଚିହ୍ନରୁ ବି,
ମତେ ସିଉ ସିଉ ଶୁଭେ।
କେବେ ଅଗଣାକୁ,
କେବେ ଦୁଆର ମୁହଁକୁ,
ତୁମ ଡାକର ପ୍ରତିଧ୍ବନି,
ମତେ ଦଉଡ଼ାଉ ଥାଏ।
ସେ ଦୁଇ ଅକ୍ଷରେ,
ଥାଏ କି କୁହୁକ,
ସେ ତୁମ ସିଉ ଡାକ,
ବାଃ କି ଭାବଗର୍ଭକ।
ହେ ପ୍ରେମଦେଵତା,
ପ୍ରାଣନାଥ ମୋର,
ତମ ଡାକ ଟାଣେ ଏମିତି,
ଯେମିତି ଲୁହାକୁ ଟାଣେ ଚୁମ୍ବକ,
ସତରେ ପତି ପତ୍ନୀ ର ସମ୍ପର୍କ,
ଲଗାଇ ଦିଏ କି କୁହୁକ କି କୁହୁକ !
ଏମିତି ଆମର ଅତୁଟ ସମ୍ପର୍କ ରହୁ,
ଶୁଣି ଶୁଣି ତୁମ ପ୍ରେମବୋଲା ଡାକ,
ସିଉ ସିଉ ସିଉ ସିଉ,
ତୁମ ବାହୁ ବନ୍ଧନେ, ଏ ଜୀବନ ବିତିଯାଉ,
ଆମ ସମ୍ପର୍କ ଅଜୟ ଅମର ହୋଇ ରହିଯାଉ।
