STORYMIRROR

SARATA KUMAR DAS

Abstract Fantasy Inspirational

1.9  

SARATA KUMAR DAS

Abstract Fantasy Inspirational

ନିର୍ବାଣ

ନିର୍ବାଣ

1 min
26.9K


ସମୟର ଅପହଂଚ ନିଛାଟିଆ

ଦୋ’ଛକି ରାସ୍ତାରେ

ଅନେକ ଅସହାୟ ଲାଗେ,

ବେଳେବେଳେ ଇଛାହୁଏ

ଝାରିବାକୁ ଲୁହ ମନଇଛା ଯେତେ ,

ଏକ ଅସହାୟ ଆତ୍ମାର

କାରୁଣିକ ଆତ୍ମଲିପି

ମାର୍ମିକ ବେଦନାର କିଛି

ମର୍ମଭେଦୀ ଅଭିବ୍ୟକ୍ତି

ଅବାଂଛିତ ଅଯାଚିତ ହୃଦୟହୀନ

ସଂଳାପର ଦିଶାହରା ପାନିପଥ,

କେତେ ହାର୍ କେତେ ଜିତ୍

ଆବା କେବେ ଆତ୍ମ ସମର୍ପଣ

ମହାର୍ଘ ସ୍ଵାଭିମାନର

ଆବେଗର ଓ ଦର୍ଶନ ର,

ସବୁକିଛି ସ୍ଵୟଂ ସମର୍ପିତ ,ନିର୍ଧାରିତ

ନିୟତିର ଲେଖନୀ ପ୍ରସୂତ।।

ବେଳେବେଳେ ଇଛା ହୁଏ

ଆକାଶର ନିର୍ଲିପ୍ତ ଛାତିରେ ପାଦ ଥାପି

ମେଂଚା ମେଂଚା ଅନ୍ଧାରର

ନିଃଶବ୍ଦ ନିଃସଙ୍ଗ ନିର୍ବାକ

ସୀମା ସରହଦକୁ ଡେଇଁ

ଚାଲିଯାଆନ୍ତି ଶୂନ୍ୟରୁ ମହାଶୂନ୍ୟକୁ,

କହିଦିଅନ୍ତି ମନ ଖୋଲି

ମୋ ଯନ୍ତ୍ରଣାର ଅଧାଲେଖା ଇତିବୃତି

ମୋ ଆବେଗ ମୋ ସ୍ପନ୍ଦନର

ଅଶ୍ରୁସିକ୍ତ ଅନୁଭୂତି ।

ନିଗିଡି ପଡନ୍ତା ଲୁହ କେତେ ବୁନ୍ଦା

ଝରଝର ଝରଣାର

ଅବାରିତ ସ୍ରୋତ ପରି

ଆକାଶରୁ ମାଟିକୁ ।

ପୁଣି

କହିଦିଅନ୍ତି ମୁଁ ମୋ ପ୍ରେମସିକ୍ତ

ହୃଦୟରେ ପ୍ରତାରଣାର ସ୍ପର୍ଦ୍ଧିତ ପ୍ରବେଶ

ନିରୁକ୍ତ କାମନାର ଅନ୍ତରାଳେ

ସୁଗନ୍ଧିତ କସ୍ତୁରୀର ଅନ୍ଵେଷଣର ନୁହେଁ

ବରଂ ଖୋଜେ ମୁଁ ନିର୍ବାଣର

ନିରୋଳା ପାଦ ଶଦ୍ଦ ।।

ଅଧ୍ୟାପକ ଶରତ କୁମାର ଦାସ

ବଡବିଲ ମହାବିଦ୍ୟାଳୟ , ବଡବିଲ,କେନ୍ଦୁଝର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract