STORYMIRROR

Debabrata Jena

Fantasy

3  

Debabrata Jena

Fantasy

ସ୍ମୃତି

ସ୍ମୃତି

1 min
26.8K


ଜୀବନଟା ଗୋଟେ ସ୍ମୃତିଶୌଧ ପୂର୍ଣ୍ଣ

ଅନୁଭୂତିର ସାଇତା ଆଲବମ

ସ୍ମୃତିର ଝଲକ କେବେ ବାଂଟେ ଖୁସି

କେବେ ପୁଣି ଦିଏ ଗମ୍ ।।


ସ୍ମୃତି କେବେ କେବେ ମନ ଆକାଶରେ

ଇନ୍ଦ୍ରଧନୁ ପୁଣି ବୁଣେ

ସ୍ମୃତି କେବେ ପୁଣି ବରଷା ରାତିର

ଉଷ୍ମତାକୁ ପୁଣି ଟାଣେ ।।


ସ୍ମୃତି ଯେ ଅଲିଭା ଚିଠିଟିଏ ହୋଇ

କେବେ ପୁଣି ମନେପଡେ

ସ୍ମୃତିର ଆଗାରେ ଝୁମି ଝୁମି ମୁଁ ଯେ

ସପନ ନିଳୟ ଗଢେ ।।


ସ୍ମୃତି ମୋ ପାଇଁ କେବେ ସାଜିଥାଏ

ନିଝୁମ ରାତିର ସାଥି

ସେ ସ୍ମୃତି ପଲକେ ବଂଚିଜିବି ମୁହିଁ

ଝଡ,ଝଂଜା ଆଉ ତାତି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy