STORYMIRROR

SARATA KUMAR DAS

Fantasy Others

3  

SARATA KUMAR DAS

Fantasy Others

ଛାଇ

ଛାଇ

1 min
19.4K


ଛାଇ !

କେତେବେଳେ ମୁଁ ଦେଖିଛି ଜହ୍ନରେ

କେତେବେଳେ ଦେଖିଛି ତମକୁ ମୁଁ ତାରାରେ

କେତେବେଳେ ଦେଖିଛି ମୁଁ

ଅସ୍ତଗାମୀ ସୂର୍ଯ୍ୟାଙ୍କ ରକ୍ତିମ ଆଭାରେ

କେତେବେଳେ ହାତ ବଢାଇଛି ଛୁଇଁବା ପାଇଁ

ଆଉ କେତେବେଳେ ମୁଁ ଯେ' ବାଟ ହୁଡିଛି

ତା'ର ଇୟତ୍ତା ବି ନାହଁ ।

ସଂଧ୍ୟା ମେଘଙ୍କ କୋଳାହଳ ଦେଖିଛି ମୁଁ ବାର ବାର

ମୋର ଅନ୍ୟମନସ୍କତାର କୋହଲା ପାଗ ଦେଖି

କେତେବେଳ କେମିତି ପଶି ଆସିଛ ଧସେଇ

କେତେଥର ଚେଷ୍ଟା କରିଛ ମୋତେ ଧରିବା ପାଇଁ

ହେଲେ ଥକିଯାଇଛ, ନିଜ ଫାଶରେ ବନ୍ଦୀ ହୋଇଛ

ଥର ଥର ଅନେକ ଥର ।।


ଛାଇ !

କାହିଁକି ଡରିବି ତମକୁ ?,

ମୋର ଯେତେ ଯେତେ

ସୁଖ, ଦୁଃଖ ,ରାଗ, ଅନୁରାଗ, ଅନୁଶାସନ ,ଅନୁଶୋଚନା

ସେ ସବୁ ମୋର ଗୋଟିଏ ଗୋଟିଏ

ଛାଇ ହୋଇ ରହିଛି ସର୍ବଦା

ଏକାନ୍ତ ନିଜସ୍ବ ହୋଇ

ହାତ ପାହାନ୍ତାରେ କେତେବେଳେ ତ

ପୁଣି କେତେବେଳେ ମୋ ସୀମାରେଖାର ବାହାରେ ।।


ଛାଇ !

ମୁଁ ଜାଣିଛି ସ୍ଵର୍ଗକୁ ନିଶୁଣି ନାହଁ

ତଥାପି କାହିଁକି ମୁଁ ଚେଷ୍ଟା ଅବା ଅପଚେଷ୍ଟା କରେ

ଆକାଶକୁ ଛୁଇଁବା ପାଇଁ ?

ଜହ୍ନ ତୋଳିବା ପାଇଁ

ମୋ ହାତ ପାପୁଲି ରେ ?

ମୁଁ ଜାଣିନି, ଚିନ୍ତା ବି କରିନି କେବେ

ଯାହା କେବଳ ସାଉଁଟି ଛି ମୁଠା ମୁଠା ନିଃସଙ୍ଗତା

ମୋ ଛାତିର କୋହ, ଆଖିର ଲୁହ ,ମନର କଥା

ଶୁଣିନାହାଁନ୍ତି କେହି, ଦେଖି ନାହାଁନ୍ତି କେହି,

ଅନୁଭବ ବି କରିନାହାଁନ୍ତି କେହି

ଅନେକ ଥର ଚିତ୍କାର କରେ ଶୂନ୍ୟ ଆକାଶକୁ ଚାହିଁ

ଅନେକ ଥର ନିର୍ବାକ ବି ହୁଏ,

ସବୁ ଯେମିତି ପିଟିହୁଏ ନିର୍ଜନ ବେଳା ଭୂଇଁରେ

ଯେତେ ମାନ ,ଅଭିମାନ, ଉପଦେଶ, ଅନୁରୋଧ, ଆକ୍ରୋଶ

ଅଟକି ଯାଉଛି ମୋ ଅଜାଣତରେ ,

କେବଳ ଛାଇ ହୋଇ

ମୋ ପିଠିରେ ଲାଉହୋଇ ଘୂରିବୁଲୁଛି ଚଉଦିଗ

ଉତ୍ତର ମେରୁ ଓ ଦକ୍ଷିଣ ମେରୁ

ବୋଧହୁଏ ସମୟର ଚକା ଭଉଁରୀରେ

"ମୁଁ "ନିଜେ ପାଲଟି ଯାଇଛି ଏକ ମସ୍ତବଡ"ଛାଇ" ।।

ଶରତ କୁମାର ଦାସ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy