STORYMIRROR

SARATA KUMAR DAS

Fantasy Others

3  

SARATA KUMAR DAS

Fantasy Others

ବଦଳୁଥିବା ଊତୁ

ବଦଳୁଥିବା ଊତୁ

1 min
25.2K


ହେଇ ଦେଖୁନ !

କେମିତି ବଦଳିଗଲା ଋତୁ

ବଦଳି ଗଲା ସମୟର ସ୍ରୋତ

ପାହିଗଲା ରାତି ଆସିଗଲା ଦିନ

ଧୁ ଧୁ ତତଲା ବାଲିରେ

ବର୍ଷିଗଲା ଅସରାଏ ବର୍ଷା

ଭିଜିଗଲା ଦିନ ଆଉ ଭିଜିଗଲା

ତତଲା ପବନ ।।


ପୃଥିବୀକୁ ଢାଙ୍କି ଦେଲା କଳାମେଘୀ ପାଟ

ଅଭିମାନୀ ମୌସୁମୀଟା

ଲୁଚକାଳି ଖେଳେ ବୋଲି

କେତେ ବାଦ ପୁଣି କେତେ ଅପବାଦ,

ହୁତୁ ହୁତୁ ଜଳୁଥିବା ଉତପ୍ତ ଅଗ୍ନିପିଣ୍ଡ

ହୋଇଗଲା ତୃପ୍ତ

ଢାଳିଦେଲା ଶୀତଳ ଚନ୍ଦନ ।।


ହେଇ ଦେଖୁନ !

ଆକାଶଟା ହୋଇଗଲା ମେଘମୁକ୍ତ

ଶାନ୍ତ ଓ ନିର୍ମଳ

ବୁଣିଦେଲା ସୁନେଲି କିରଣ

ସବୁଜ ଶ୍ୟମଳିମାର ଭରପୂର ସମ୍ମୋହନ

ରଜତ ଜୌସ୍ନାର ସମ୍ଭାର

ନେସି ହୋଇଗଲା ଫଗୁଣର ରଂଗ

ଫୁଲର ସହରେ ।।


ପ୍ରଜାପତି ଉଡିଗଲେ ଦଳ ଦଳ

ଫଗୁରୁ ଝରିଲା ମହ ମହ ବାସ

ଆଖି ହେଲା ସ୍ଵପ୍ନସିକ୍ତ

ସୁରଭିତ ତନୁ ମନ ,

ଜୀବନଟା ରଙ୍ଗାୟିତ ହେଲା

ସାତ ରଂଗର ଫଲଗୁରେ

ପରସ୍ତ ପରସ୍ତ କଳାମେଘର ଆସ୍ତରଣ

ଅପସରି ଗଲା

ହସିଲା ଜହ୍ନ ବଉଦ ଫାଙ୍କରେ ।।

ଶରତ କୁମାର ଦାସ

ବଡବିଲ ମହାବିଦ୍ୟାଳୟ,ବଡବିଲ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy