STORYMIRROR

Sujata Mohapatra

Fantasy Others

5.0  

Sujata Mohapatra

Fantasy Others

ସ୍ମୃତି ଚୋରାବାଲି

ସ୍ମୃତି ଚୋରାବାଲି

1 min
9.8K


ରାତ୍ରି ଆସେ ସାଜି ଅଭିସାରିକା

ନିଦ୍ରା ଏଠି ମନମୁଖୀ ଅନୁଢା ପ୍ରେମିକା

ତୁମେ ଯେବେ ଆସ ଲୁଚି ଲୁଚି

ନିଶାର୍ଦ୍ଧରେ. ନିଶବ୍ଦ ଗହନ ଅନ୍ଧାରେ

ଶବ୍ଦାୟିତ ହୁଏ ତନୁ ମନ ....

ଗୁଞ୍ଜରିତ ହୃଦୟର କୋଣ ଅନୁକୋଣ

ରାତ୍ରି ଶେଷେ ବାହୁଡ଼ିବ ତୁମେ

ବାହୁଡ଼ିବା ଧ୍ରୁବ ସତ୍ୟ ଏଠି....

ହେଲେ କିନ୍ତୁ ଭୁଲିଯିବା ଚାଲ

ସେହି କ୍ଷଣିକ ମୁହୂର୍ତ୍ତେ

ପାଇବାର ସୁଖରେ ହଜାଇଦେବା

ହରାଇବାର ଭୟ...

ସବୁକିଛି ତ କ୍ଷଣସ୍ଥାୟୀ ଏଠି !

ତୁମେ, ମୁଁ... ଆମ ମିଳନ

ଆଉ ବିଛେଦ ବି...

ତେବେ କିମ୍ପା ଶୂନ୍ୟ ଦୁଃଖକୁ ଆବୋରି

ବିତାଇ ଦେବା ଆମେ ମିଳନର ଅଭୁଲର ରାତି ???

ତୁମ ଆଉ ମୋର ମିଳନର ଅଭୁଲା ସ୍ମୃତି !

ଚାଲ ନା

ସ୍ମୃତି ସବୁ ସାଉଁଟିବା

ବେଳାଭୂମିର ଶାମୁକା ପରି

ସାଇତି ରଖିବା ସାରା ଜୀବନ

ଗୁପ୍ତ ଧନ ପରି ।

କେବଳ ତୁମର ଆଉ ମୋର

ଏକାଠି ବିତେଇଥିବା ମୁହୂର୍ତ୍ତ ମାନଙ୍କୁ

ଲୁଚାଇ ରଖିବା ଆମେ ନିଜ ମଧ୍ୟେ....

ଚାଲ ନା....

ପୁଣି ଥରେ ଏକାକାର ହେଇଯିବା

ସେହି ଗାଢ଼ ରାତି ଟି ଭିତରେ

ସ୍ମୃତି ର ବେଳାଭୂମି ଆଉ ସମୁଦ୍ର ର ଲହଡି ଭିତରେ....

ଚାଲନା ।


ସୁଜାତା ମହାପାତ୍ର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy