STORYMIRROR

Sujata Mohapatra

Classics

2  

Sujata Mohapatra

Classics

ଭଡା ଘର

ଭଡା ଘର

1 min
321

ପୁଅ ର ଭଙ୍ଗା ସ୍କୁଟର, ଝିଅର ଚେପଟା କଣ୍ଢେଇ

ପୁରୁଣା ଫୁଲଦାନୀ, ଚୂନ ଛଡା କାନ୍ଥ

ସବୁଠି ଅଭିମାନ ର ମିଠାମିଠା ରାଗ

ସଯତ୍ନ ସାଇତା ଗୋଲାପ କଢି, 

ମୋ ପ୍ରିୟ କୃଷ୍ଣ ତୁଳସୀ,

ଅଗଣା ର ସେ ଯେଉଁ ଧଳା ସେବତୀ!!

ଯାହାକୁ ଆଣିବା ପାଇଁ ସେଦିନ ବର୍ଷା ରେ

ଭିଜିଭିଜି ଯାଇଥିଲି କାହିଁ କେତେ ଦୂର !!

ତା ଦେହ ରେ ଫୁଲ ଟିଏ ଦେଖିବି ବୋଲି

ଅପେକ୍ଷାରେ ବିତାଇଥିଲି କେତେ ଯେ ବସନ୍ତ...

ଆଉ ପ୍ରଥମ ଫୁଲକୁ କାହ୍ନାକୁ ଦେବା ବେଳେ 

ମୋର କି' ଯେ ଆନନ୍ଦ !!

ସେ ମୋର ଭାରି ପ୍ରିୟ...


ପଢ଼ାଘର ବାହାର କାନ୍ଥ ରେ ଘର କରିଥିବା 

ପାରା ହଳକ ବି ବୁଝିଗଲେଣି କି କ'ଣ

କାଲିଠୁ ଖୁବ ଚୁପ ଚାପ ମୁହଁ ଶୁଖାଇ ବସିଛନ୍ତି

ବର୍ଷ ବର୍ଷ ଧରି ମୋ ଘର କୁ 

ତା' ଶାବକ ର ଏନ୍ତୁଡ଼ି କରିଥିବା

ମୋ' ପାଖରେ ତା'ର ଖୁବ ଅଳି ଅର୍ଦଳି

ନୂଆଁ ରୂପେ ଦୁନିଆ କୁ ଦେଖୁଥିବା 

ନୂଆଁ ନୂଆଁ କଳା ମଚ ମଚ ପର ମାନଙ୍କରେ ଆଚ୍ଛାଦି ଯାଉଥିବା, 

କିଚିରି ମିଚିରି ଶବ୍ଦ ରେ ମୋ ଘର ର ଶାନ୍ତି ଭାଙ୍ଗୁଥିବା 

ସେହି କୁନି କୁନି ପାରା ଛୁଆ

ଆଉ ସମତାଳ ରେ ତାଙ୍କୁ ପ୍ରଶ୍ରୟ ଦେବାର ଅପରାଧ ରେ 

ମୋତେ ଦାୟୀ କରୁଥିବା ମୋ ଛୁଆ...

ମୁଁ ବି ବେଳେ ବେଳେ ରାଗିଯାଏ ତା' ଉପରେ

ହେଲେ ମୋ ମିଛି ମିଛିକା ରାଗ ସେ ଖୁ' ବୁଝେ

ସେଇଥିପାଇଁ ତ ଯେତେ ଘଉଡ଼ିଲେ ବି 

ସେ ମୋ ପାଖ ଛାଡେନାହିଁ

ହେଲେ ତାକୁ ବି ତ ଛାଡିଯିବାକୁ ହେବ ଏଇଠି

ଏଇ ଘରେ ଅନ୍ୟସବୁ ସ୍ମୃତି ମାନଙ୍କ ସହ

ସେଇଥି ପାଇଁ ତ ସେ ଆଜି ଗୁମୁରି କାନ୍ଦୁଛି,

ଆଉ ମୁଁ ବି...


ନୂଆଁ କେଉଁ ଗୋଲାପ, ତୁଳସୀ,

ସେବତୀର ଅନ୍ୱେଷଣ ରେ ...

ସ୍ମୃତିମାନଙ୍କୁ ସାଉଁଟି ନୂଆଁ ନୀଡ଼ର ପରିକଳ୍ପନା ରେ...

ଚିହ୍ନା ଚିହ୍ନା ପୃଥିବୀ କୁ ପଛକରି

ନିଜ ପାଇଁ ନୂଆଁ ଏକ ପୃଥିବୀ ର ସନ୍ଧାନରେ ...

ଆଉ କିଏ ଭୋଗିସାରିଥିବା 

ସୁଖ, ଦୁଃଖ, ସ୍ନେହ, ପ୍ରେମର ଘରଟିରେ

ମୋ ଭାଗ ର ପୃଥିବୀକୁ ଭୋଗିନେବାରେ... 


ଖୋଜୁଛି ମୁଁ ମୁଣ୍ଡ ଉପରେ ବିଶ୍ୱାସ ର ଛାତ ଟାଏ

ନିଶ୍ୱାସ ପାଇଁ ପବନ ଦଲକାଏ

ପ୍ରେମ ବାଣ୍ଟିବାକୁ ନିରୋଳା କାନ୍ଥ ଟିଏ

ମୋ ପାଇଁ ଭଡା ଘର ଟିଏ ....



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics