STORYMIRROR

Sujata Mohapatra

Others

3  

Sujata Mohapatra

Others

ବନ୍ଧନ

ବନ୍ଧନ

1 min
782


ଆଖି ଆଗେ ତୁମେ ନୁହଁ ଆଜି ସିନା

ହେଲେ ବି ଛଡାଇ ପାରୁନି କେହି

ହାତେ ହାତ ଛନ୍ଦା ନୁହେଁ ସାଥି ସିନା,

ହୃଦୟ ର ଗଣ୍ଠି ଫିଟିବ କାହିଁ!!

ତୁମେ ମୋ ସାଥିରେ - ମୁଁ ତୁମର ସାଥେ

ଜଡିତ ଯେସନେ ଜୀବନ-ଶ୍ୱାସ

ଶ୍ୱାସ କୁ ଛାଡିଲେ ଜଡ ଶରୀର ଟା

ଭାବ ଥରେ ଖାଲି କରିବ କିସ!!

ମୂର୍ଖ ମଣିଷ ତ ପ୍ରେମ ବୁଝେନାହିଁ

ଅଧିକାର ଖାଲି ତାର ସର୍ବସ୍ବ

ତ୍ୟାଗ ରେ ପ୍ରେମ କୁ ପାଇହେବ ସିନା

ଅଧିକାରେ ହୁଏ ଦୂର ଅଶେଷ ....

ଜିଣିବା ପାଇଁକି ଯଦି ଚାହଁ ତୁମେ

ଜିତି ନିଅ ଢାଳି ଚେନାଏ ହସ

ପ୍ରେମେ ବାନ୍ଧିରଖ ଯଦି ବାନ୍ଧିପାର!!

ଅଯଥା ଯୁକ୍ତି ରେ ପାଇବ କିସ?


ଆଖି ରେ ବାନ୍ଧିଛି ଅନ୍ଧ ପୁଟୁଲି ମୁଁ

ହେଲେ ପ୍ରତିଛବି ଲୁଚିବ କାହୁଁ?

ହୃଦୟ ଟା ସିନା ବାନ୍ଧି ମୁଁ ରଖିଛି

ହେଲେ ହୃଦୟଟା ଥିଲେ ନା ଆଉ !!!

ଅଲଗା କି ତୁମେ କରିପାର କେବେ

ଦୁଇଟି ଶରୀର, ଗୋଟିଏ ଆତ୍ମା!!!

ପାଇବା ରେ ନୁହେଁ ତ୍ୟାଗ ରେ ପାଇଛି

ଭଲ ପାଇବା ର ଚରମ ବାର୍ତା ...

ସାଥି ଆମେ ନୁହଁ ସୁଖ ର କେବେ ହେଁ

ଦୁଃଖେ ସାଥି ଆମେ ଜନ୍ମ ଜନ୍ମ ର

ଦୁଃଖ ତ ଆମର ଚୀର ସହୋଦର

ପାରିବ ତ ତୁମେ ଅଲଗା କର !!!!!


😊😊😊😊😊😊


ସୁଜାତା ମହାପାତ୍ର


Rate this content
Log in