STORYMIRROR

Sujata Mohapatra

Tragedy

5.0  

Sujata Mohapatra

Tragedy

ସ୍ମୃତି ତୁମେ ହୃଦୟର ସାକ୍ଷୀ

ସ୍ମୃତି ତୁମେ ହୃଦୟର ସାକ୍ଷୀ

1 min
607



ପ୍ରଥମ ପ୍ରେମର ପ୍ରଥମ ପରଶ ପାଇଥିଲି ତୁମ ସହ

ପ୍ରେମର ପ୍ରଥମ ବାସର ବି ସାଥି ରଚିଥିଲି ତୁମ ସହ

ଆକାଶର ଚାନ୍ଦ ପୃଥିବୀ ର କଇଁ ମିଳନ କିବା ସମ୍ଭବ

ତଥାପି ହେ ସାଥି ରାତି ପରେ ରାତି ହୋଇଛି ଏହା ସମ୍ଭବ

ନିର୍ଜନ ରାତ୍ରିର ଅମା ଅନ୍ଧକାରେ ତୁମେ ଯେବେ ଛୁଇଁ ଦିଅ

ଜନ୍ମ ଜନ୍ମାନ୍ତର ବିରହ ଯାତନା ସତେ ତୁମେ ହରି ନିଅ

ରାଧା ଅବା ମୀରା ପାଇଥିଲେ କୃଷ୍ଣ ମୋ ପାଇଁ ତ ତୁମେ ସର୍ବ

ମୋ ଠୁ ଅଧିକା ଭଲ ପାଅ ମୋତେ ତାହା ହିଁ ତ ମୋର ଗର୍ବ

ଏ ଜନ୍ମ ନ ହେଲା ଆର ଜନମକୁ ଅପେକ୍ଷା କରିବା ସାଥି

ଜନ୍ମ ଜନ୍ମାନ୍ତର ତୁମେ ଖାଲି ମୋର ଅମର ଏ ଭାବ ପ୍ରୀତି

ପାଦର ଧୂଳି ମୁଁ ସାଉଁଟିଛ ତୁମେ ଢାଳିଛ କେତେ ଯେ ପ୍ରେମ

ମୁଁ ଛାର ଅକ୍ଷମ ବୁଝିବାକୁ ସେହି ପ୍ରେମ ର ପ୍ରକୃତ ମର୍ମ

ଏତିକି ଜାଣିଛି ଭଲ ମୁଁ ପାଇଛି ପାଉଥିବି ସାରା ଜନ୍ମ

ଆଜି ବା କାଲିର ନୁହେଁ ପ୍ରେମ ଆମ ଏ ତ ଅଟେ ଜନ୍ମ ଜନ୍ମ


ସୁଜାତା ମହାପାତ୍ର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy