STORYMIRROR

Sujata Mohapatra

Others

5.0  

Sujata Mohapatra

Others

ଶୋଇପଡ ମୋର ସୁନା ବୋଉ

ଶୋଇପଡ ମୋର ସୁନା ବୋଉ

1 min
414


ଶୋଇପଡ ମୋର ସୁନା ବୋଉ...


ଶୋଇପଡ ମୋର ସୁନା ବୋଉ

ଉଠେଇବିନି ନାହିଁ ତୋତେ ଆଉ

ବୋଉ ବୋଉ ବୋଲି ଡାକ ଛାଡ଼ି

ଖୋଜିବିନି ଆଉ ଦାଣ୍ଡ ବାଡ଼ି

ନ ଖାଇଥିଲେ ବି କହିବିନି

ଖାଇବାକୁ କେବେ ମାଗିବିନି

ଦୁଃଖ ଯେତେ ଥାଉ ମନେ ମୋର

କଷ୍ଟ ଦେବି ନାହିଁ ମନେ ତୋର

ଅଝଟ ମୁଁ ଆଉ ହେବି ନାହିଁ

ସୁନା ଝିଅ ହେବି ରଖେ କହି

ଯାହା ତୁ କହିବୁ ମୁଁ ମାନିବି

ସବୁ ଶୁଣି ଚୁପ ହେଇଯିବି

ଶୋଇପଡ ମୋର ସୁନାବୋଉ

ଖୋଜିବିନି କେବେ ତୋତେ ଆଉ

ତୋ କୋଳେ ଟିକିଏ ଜାଗା ଦେବୁ

ଶେଷ ଶ୍ୱାସ ଯାଏ ଜଗିଥିବୁ

ପାଶେ ପାଶେ ମୋର ଥିବୁ ରହି

ଭଲ ମନ୍ଦ ସବୁ ଦେବୁ କହି

ଅନ୍ଧାରେ ଧରିବୁ ହାତ ମୋର

ଡରେଇ ଝିଅ ଟା ଜାଣୁ ତୋର

ମୋ ହାତ କୁ କେବେ ଛାଡିବୁନି

ଛାଡିଲେ ତୁ ବଂଚିପାରିବିନି

ତୁ ପରା ମୋର ସୁନା ବୋଉ

ଜଗି ପାରିବୁନି ଟିକେ ଆଉ !!

ସାଙ୍ଗରେ ନେଇ ତୁ ଚାଲିଯିବୁ

ନୂଆଁ ଦୁନିଆ ତୁ ଦେଖେଇବୁ

କାଖରେ କାଖେଇ ବୁଲେଇବୁ

କେତେ ନୁଆଁ କଥା ଶିଖେଇବୁ

ତୁ ଚାଲିଗଲେ କେ ଅଛି ଆଉ

ଏକା ଏକା ଆଉ ପାରୁନି ବୋଉ

ତୁ ତ ଜାଣୁ ମୁଁ ନାକ କାନ୍ଦୁରି

ବିନା ତୋ ବଂଚିବା ଶିଖିନି ଆହୁରି

ଏବେ ତୁ ଶୋଇଥା ସୁନା ବୋଉ

ଉଠେଇବିନି ନାହିଁ ତୋତେ ଆଉ

ଶୋଇପଡ ମୋର ସୁନା ବୋଉ

ଖୋଜିବିନି ଏବେ ତୋତେ ଆଉ....



ସୁଜାତା ମହାପାତ୍ର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍