STORYMIRROR

Sujata Mohapatra

Inspirational

3  

Sujata Mohapatra

Inspirational

ଅଙ୍ଗ ଦାନ

ଅଙ୍ଗ ଦାନ

1 min
521


ସ୍ୱର୍ଗ ଦ୍ୱାର ନେବା ଲୋଡ଼ା ନାହିଁ ମୋର

ହୃଦୟ ରେ ସ୍ଥାନ ଦେବ

ମୁକ୍ତି ମଣ୍ଡପ ରେ ଦାନ ଚାହେଁ ନାହିଁ

ଅଶ୍ରୁ ତର୍ପଣ କରିବ

ମୁଁ ଯେ ଗଲା ପରେ ଫୁଲ ହାର ନୁହେଁ

ସ୍ମୃତି ହାର ଲମ୍ବାଇବ

ମୋ ଶରୀର ନେଇ ପରୀକ୍ଷାଗାର ରେ

ଅର୍ପଣ ତୁମେ କରିବ

ଜୀବନ ରେ ସିନା ଅଲୋଡ଼ା ଆଖୋଜା

ମୃତ୍ୟୁ ପରେ ହୁଏ ଧନ୍ୟ

ମୋ ଶରୀର ଦେଉ କାହାରେ ଜୀବନ

ଚାହେଁନା ମୁଁ ପାପ ପୁଣ୍ୟ

ଯେତେବେଳେ ଚାହଁ ଦେହୁ ରକ୍ତ ନିଅ 

ଅନ୍ୟର ଜୀବନ ପାଇଁ

ଜୀଵ ଶେଷେ ପୁଣି ସବୁ ଅବୟବ 

ଦେବି ମୁଁ ରହିଛି ଚାହିଁ 

ଲୋଡ଼ା ନାହିଁ ମୋର ନିଆଁ ମୁଖେ ପୋଡା

ଲୋଡ଼ା ନାହିଁ ସମାଧିସ୍ଥ

ମାନବ କଲ୍ୟାଣେ, ଦୁଃଖୀଙ୍କର ସେବା

କରୁଥିବି ମୁହିଁ ନିତ୍ୟ

ଜୀବନ ମୋହର ବିତିଯାଉ ପ୍ରଭୁ

ରଖୁଥାଅ ସଦା ମାନ

ତୁମ୍ଭ ଆଶ୍ରା କରି ରହିଛି ହେ ପ୍ରଭୁ

ତୁମେ ନିର୍ଦ୍ଧନର ଧନ

ଜୀବନ ମରଣ ତୁମ୍ଭ ଲୀଳା ଖେଳା

ଆମ୍ଭେ ତ ମୁରୁଖ ଜନ

ତୁମ୍ଭ ଲୀଳା ପ୍ରଭୁ ତୁମ୍ଭଙ୍କୁ ଅଜଣା

ନିଅ କେବେ ଦିଅ ପ୍ରାଣ

ତୁମରି ସୃଷ୍ଟି ର କ୍ଷୁଦ୍ର କଣିକା ମୁଁ

ମୋର ବା ଶକତି କାହିଁ

ତଥାପି ହେ ପ୍ରଭୁ ବଞ୍ଚିବି ମରିବି

ତୁମ ସୃଷ୍ଟି ରକ୍ଷା ପାଇଁ....



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational