STORYMIRROR

Sujata Mohapatra

Tragedy

4.7  

Sujata Mohapatra

Tragedy

ଅନେକ କିଛି କହିବାର ଥିଲା

ଅନେକ କିଛି କହିବାର ଥିଲା

1 min
892




ଅନେକ କିଛି କହିବାର ଥିଲା

ତୁମକୁ ମୋର ବୋଲି ତ

କଲମ ଧରିଲି

ସ୍ୟାହିକୁ ନିଜର କଲି

ଅକୁହା ଅବୁଝା ଅଦୃଶ୍ୟ ଭାବନା

ମାନଙ୍କୁ ଶବ୍ଦ ରୂପ ଦେଲି

କିଛି ପ୍ରେମ କିଛି ରାଗ

ବହୁତ କିଛି ଅଭିମାନକୁ ସଜେଇ

କବିତା ଲେଖିଲି

ତୁମ ପାଖରେ ପହଂଚିବି ବୋଲି ତ

ଜହ୍ନ ତାରା ସମୁଦ୍ର ଆକାଶ

ସମସ୍ତଙ୍କୁ ଆପଣାର କଲି

ଶୀତୁଆ ପବନକୁ

ଶ୍ରାବଣ ସନ୍ଧ୍ୟାକୁ

ମନ କଥା କହିଲି

ମୋ ମନର ରୋମାଞ୍ଚ ତକକୁ ତୁମ ମନ

ଯାଏ ପହଞ୍ଚାଇବାକୁ ଅନୁନୟ ହେଲି

ନଈକୁ ପଥ ହୁଡ଼ି ଅଙ୍କା ବଙ୍କା ବହି

ତୁମ ଚଲା ରାସ୍ତାକୁ ଛୁଇଁଆସିବାକୁ ଶିଖାଇଲି

ସମୁଦ୍ରକୁ ମୋ ଆଖିର ସବୁ ତକ

ଲୁଣିପାଣିରେ ଲବଣାକ୍ତ କରିଦେଇ

ତୁମ ଦେହର ପ୍ରତିଟି କୋଷକୁ ସଂଚାରିଯିବାକୁ କହିଲି


ମୋ କଥା ମାନି

କିଛି ମଧ୍ୟ ମୋତେ ଦୟାଦେଖାଇ

ବାହାରିଗଲେ ସମସ୍ତେ ତୁମକୁ ଖୋଜିବାକୁ

ତୁମ ପାଖରେ ମୋ ମନକଥା ପହଞ୍ଚାଇବାକୁ

ହେଲେ ମୁଁ କିନ୍ତୁ ଜାଣିନଥିଲି

ତୁମେ ବଦଳାଇଦେଇଛ ତୁମ ପୁରୁଣା ଠିକଣା

ଅପହଞ୍ଚ ହୋଇଯାଇଛ ମୋ ପାଇଁ...

ଶ୍ରାବଣ ହୋଇ ଭିଜାଇଦେଉଛ ଆଉ କା' ଅଗଣା

ବସନ୍ତ ହୋଇ ସଜାଇଦେଉଛ ଆଉ କା' ସ୍ୱପ୍ନକୁ

ଜହ୍ନ ହୋଇ ଶୋଭାପାଉଛ ଆଉ କା' ଆକାଶେ


ସମସ୍ତେ ପୁଣି ଲେଉଟି ଆସିଛନ୍ତି ମୋ ପାଖକୁ

ମୋ ଦତ୍ତ ଭାବନା ମାନଙ୍କୁ ମୋ ଅଣ୍ଟିରେ ଢାଳି

ଫେରୁଛନ୍ତି ଯେଝା ବାଟେ ନିଜେ

ଆଉ କେବେ ନ ଫେରିବାର ନିର୍ଭର ପ୍ରତିଶୃତି ଦେଇ

ସମୁଦ୍ରକୁ ଦେଇଥିବା ସବୁ ତକ ଲୁଣିପାଣିକୁ

ମୋ ଆଖି କୋଣେ ସଜାଇ...



ସୁଜାତା ମହାପାତ୍ର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy