STORYMIRROR

Sujata Mohapatra

Others

3  

Sujata Mohapatra

Others

ସୀମାନ୍ତରୁ ଚିଠି ଆସିଛି

ସୀମାନ୍ତରୁ ଚିଠି ଆସିଛି

1 min
604


ପ୍ରିୟତମା କୁ ଚିଠି ...

ପ୍ରୀତି ମୟ ଫଗୁଣରେ ମନେ ପଡ ତୁମେ

ରଙ୍ଗ ମଖା ଚେହେରା ରେ ଦିଶ ଖାଲି ତୁମେ

ହୋଲି ଆଉ ଦିଆ'ଲି ରେ ଯେବେ ଖୁସି ହୁଏ

ତୁମେ ଥାଅ ସାଥେ ସାଥେ କେବେ ଏକା ନୁହେଁ

ତୁମେ ସତେ ନୁହଁ ଖାଲି ମୋର ଅର୍ଧାଙ୍ଗିନୀ

ତୁମେ ପରା କର୍ତ୍ତବ୍ୟ ରେ ଜୀବନ ସଙ୍ଗିନୀ

ସୀମା ପରେ ଶାନ୍ତି ନୁହେଁ ଶତ୍ରୁ ଅଛି ଚାହିଁ

କେମିତି ଯେ ଛୁଟି ନେଇ ଛୁଟିଯିବି ମୁହିଁ!!!

ମାଖିଛି ଦେହରେ ପରା ମୋ ଦେଶର ରଙ୍ଗ

ତ୍ରିରଙ୍ଗା ର ତିନି ରଙ୍ଗ, ଶାନ୍ତି ର ବି ରଙ୍ଗ

ବିଶ୍ୱାସର ରଙ୍ଗ ଭରା ସାରା ଶରୀର ଟା

ଦେଶପ୍ରେମ ରଙ୍ଗେ ଭରା ପୁରା ହୃଦୟ ଟା

ସେହି ରଙ୍ଗେ ରଙ୍ଗୀ ଯାଅ ମୋର ପ୍ରାଣ ସହୀ

ଚତୁର୍ଦିଗେ ସବୁ ରଙ୍ଗେ ଦେଖାଯିବି ମୁହିଁ

ଆକାଶ, ପାତାଳ ଆଉ ନଈ, ମାଟି ରଙ୍ଗେ

ସବୁ ରାଜ୍ୟ, ସବୁ ପ୍ରାନ୍ତ, ସବୁ ଜାତି ରଙ୍ଗେ

ଯେଉଁ ଦିଗେ ଦେଖ ତୁମେ ମୋ ରଙ୍ଗ ପାଇବ

ପବନର ସ୍ପର୍ଶ ରେ ବି ମୋତେ ହିଁ ଛୁଇଁବ

ଦେଶପ୍ରେମ ଅବିର ରେ ରଙ୍ଗିଛି ମୋ ଦେଶ

ଶତ୍ରୁ ଲୁଚେ ସାତ ତାଳେ ବଦଳାଇ ବେଶ

ନାଲି, ନେଳି ରଙ୍ଗେ ତୁମ ସିମନ୍ତ ଭରିବ

ମୋ ପାଇଁ ଗୋ ପ୍ରିୟା ମନ ଦୁଃଖ ନ କରିବ

ଶତ୍ରୁ ରକ୍ତେ ମୁଁ ଯେ ଏଠି ସୀମାନ୍ତ ଭରିବି

ବିଜୟୀ ର ଟୀକା ପିନ୍ଧି ଘରେ ବାହୁଡିବି

ଫଗୁଣ କୁ ଦେଇଛି ମୁଁ ପ୍ରତିଶୃତି ପ୍ରିୟେ

ଶତ୍ରୁ ଥିବା ଯାଏ ସୀମା ଛାଡ଼ିବୁନି କିଏ ...


ସୁଜାତା ମହାପାତ୍ର


Rate this content
Log in