STORYMIRROR

Sujata Mohapatra

Others

2  

Sujata Mohapatra

Others

ପଥିକ

ପଥିକ

1 min
658




ପଥ ଶ୍ରାନ୍ତ ପଥିକ ମୁଁ

ଦିବାଶେଷେ ନୀଡ଼ ମୁଖା ଏକାକୀ ବିହଙ୍ଗ

ମନେ ମନେ ଅସୁମାରୀ ସ୍ବପ୍ନ ଓ କଳ୍ପନା

ପକ୍ଷୀଙ୍କର କାକଳିରେ ଗୁଞ୍ଜରିତ ବିହଙ୍ଗମ ମୋର

ନିରୀହ, ନିଷ୍ପାପ ଚକ୍ଷୁ ମାନଙ୍କରେ

ପ୍ରତିକ୍ଷାର ତୀବ୍ର ପ୍ରତିଫଳ

ବିତି ଯାଇଥିବା ମୁହୁର୍ତ୍ତ ମାନଙ୍କର ସୁଦୀର୍ଘ ବର୍ଣ୍ଣନା

ଶାବକ ମାନଙ୍କର ଅଙ୍କ କଷା

ମିଶାଣ, ଫେଡାଣ, ଭାଗଶେଷ ଓ ଭାଗଫଳ

ଅନ୍ତରୀକ୍ଷେ ଅଭିପ୍ସା ର ଦୁଇ ଚିହ୍ନା ଆଖି

ସୁଯୋଗ ଖୋଜୁଥାଏ କିଛି କ୍ଷଣ ଅନ୍ତରଙ୍ଗତାର

ଦିବା ଶେଷେ ନୀଡ଼ ମୁଖା ବିହଙ୍ଗ ମୁଁ

ଶ୍ରମଶ୍ରାନ୍ତେ ଅଟକି ଯାଏ ନାହିଁ ଚରଣ ମୋର

ସ୍ବପ୍ନ ରେ, କଳ୍ପନା ରେ ଚାଲୁ ଚାଲୁ

ସରିଯାଏ ପଥ ମୋର !!


ସଂଧ୍ୟା ର ଛାଇ ଆଲୁଅ ଭିତରେ

ସଞ୍ଜ ଦୀପ ବାଟ ଦେଖାଏ

ଘରବାହୁଡା ପଥିକ ଟି

ପାଇ ଯାଏ ତା' ଇପ୍ସିତ ଠିକଣା

ସଦା ଶାନ୍ତିରେ , ପରମ ତୃପ୍ତି ରେ ଭରା

ଅସୁମାରି ସ୍ବପ୍ନ ରେ ଯୋଡ଼ା

ପ୍ରେମର ଆଲୁଅରେ ଝଲମଲ

ତା' ଚୀର ଇପ୍ସିତ ନୀଡ଼...

ସ୍ବପ୍ନ ମୟ ମୁହୁର୍ତ୍ତ ମାନଙ୍କ କଳ୍ପନାରେ

ଶ୍ରମଶ୍ରାନ୍ତ ପଥିକ ଟି ଛୁଇଁଯାଏ ମାଟିକୁ ତା'ର...


ପୁଣି ଥରେ ସୂର୍ଯ୍ୟ ଉଏଁ, ପଦ୍ମ ଫୁଟେ

ପଥିକ ଟି ନୀଡ଼ ଛାଡେ

କର୍ତ୍ତବ୍ୟ ର ଆହ୍ୱାନ ରେ

ହେଲେ କଥା ଦିଏ!!

ଆଜି ଶୀଘ୍ର ଫେରିବ

କାକଳି ରେ ସ୍ୱର ମିଶାଇବ

ସ୍ବପ୍ନ ସହ ସ୍ବପ୍ନ ଗୁନ୍ଥି ପ୍ରିୟତମା ସହ

ଭବିଷ୍ୟତ ପାଇଁ ସୁଦୀର୍ଘ ମାଳା ତିଆରିବ

କେତେ କଥା, କେତେ ବ୍ୟଥା

କିଛି ଶୁଣିବ, କିଛି କହିବ

କିଛି ଶୁଣି ଲୁହ ଝରାଇବ

କିଛି କହି ହାଲୁକା ହୋଇଯିବ

ମନର ମାନସୀ, ପ୍ରେମର ପ୍ରେୟସୀ କୁ

ଛାତି ରେ ଆଉଜାଇ ସବୁ ସୁଖ, ଦୁଃଖ,

ପ୍ରେମ ଓ ପ୍ରଣୟ ବାଣ୍ଟି ନେଇଯିବ

ଅପେକ୍ଷା କର

ଆଜି ଶୀଘ୍ର ଫେରିବ

ଆଜି ନିଶ୍ଚୟ ଶୀଘ୍ର ଫେରିବ ....


ସୁଜାତା ମହାପାତ୍ର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍