STORYMIRROR

Sujata Mohapatra

Others

3  

Sujata Mohapatra

Others

ମୁଁ... ତୁମ ଅପେକ୍ଷାରେ

ମୁଁ... ତୁମ ଅପେକ୍ଷାରେ

1 min
877




କହିବି କି ନ କହିବି ଭାବି ଭାବି ପାହିଗଲା ରାତି

ଶବ୍ଦ ସବୁ ସାଉଁଟିଲା ବେଳେ ସ୍ବପ୍ନମୟ ଦୁନିଆଁ ରୁ

ତୁମେ କିନ୍ତୁ ଅନ୍ତର୍ଧ୍ୟାନ ହୋଇଗଲ ସାଥି

ମୋ'ର ଏଇ କଥା କୁହା ଆଖି,

ମୋ ସ୍ବପ୍ନ, ମୋ ଶବ୍ଦ ମାନଙ୍କୁ ସାଉଁଟିଲା ବେଳେ

ମୋ ସାମନାରେ ସଂସ୍କାର ର ସୁଉଚ୍ଚ ପ୍ରାଚୀର

ଏପାଖରେ ମୁଁ ତୁମ ଦର୍ଶନାଭିଳାଶୀ

ସେପାଖରେ ତୁମେ ଅନଭିଜ୍ଞ

ସମୟର ଏ ଚରମ ମୁହୁର୍ତ୍ତ

ନା ମୁଁ କିଛି କହି ପାରିଲି

ନା ତୁମେ ବୁଝିପାରିଲ

ଅଧା ଦେଖା ସ୍ବପ୍ନ ପରି

ଅଧା କୁହା ମୋ ଶବ୍ଦ ମଧ୍ୟ

ନା ତୁମକୁ ହରାଇପାରିଛି

ନା ତୁମ ପାଖରେ ପହଞ୍ଚି ପାରିଛି

ଆଜି ବି ଅପେକ୍ଷାରେ

କେବେ ତ ଦେଖା ହେବ ତୁମ ସହ

ଏ ଜନ୍ମ ନ ହେଲେ ଆର ଜନ୍ମ

ଜନ୍ମଜନ୍ମାନ୍ତର ଶେଷରେ

କେବେ ତ ଠିଆ ହୋଇଥିବ ତୁମେ ମୋ ଆଗରେ

ଅକୁହା ଶବ୍ଦ ମାନଙ୍କୁ ଗୁନ୍ଥି ରଖିଥିବି ମୁଁ ତୁମ ପାଇଁ

ଲମ୍ବାଇ ଦେବି ତୁମ ଗଳା ରେ ଫୁଲ ହାର ଟିଏ କରି

ତୁମେ ଗ୍ରହଣ କର ଅବା ଫିଙ୍ଗିଦିଅ ଅବାଞ୍ଚିତ କହି

ହେଲେ ମୁଁ କିନ୍ତୁ ତୃପ୍ତ ମୋ ଜଣାଇଦେବାରେ

ତୁମ ପାଇଁ ସଯତ୍ନ ସାଇତା ଶବ୍ଦ ସବୁ କୁ

ଫେରାଇବି ତୁମକୁ ମୁଁ

ଯୁଗ ଯୁଗ ଧରି ଅହଲ୍ୟା ସାଜି

ମୁଁ.. ତୁମ ଅପେକ୍ଷା ରେ


ସୁଜାତା ମହାପାତ୍ର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍