STORYMIRROR

Prasanna Kumar Madala

Fantasy Others

3  

Prasanna Kumar Madala

Fantasy Others

ସ୍ବପ୍ନ

ସ୍ବପ୍ନ

1 min
9.2K


ସ୍ଵପ୍ନ ଜମା ଭଲ ନୁହେଁ

ଖାଲି କ୍ଲାନ୍ତି ଆଉ ଶକ୍ତି ଅପଚୟ

ଭୟ ଶୋକ ଆଦି ସହ ,

ଥଣ୍ଡା ଗରମର ଅକାଳ ଅନୁଭବ

ଛାତିର ସ୍ପନ୍ଦନ କେବେ ବଢିଯାଏ

ଓଦା କେବେ ସ୍ବେଦସିକ୍ତ ତନୁ

କ୍ଷାନ୍ତ ମନ ବିଚ୍ୟୁତ ସୁଷୁପ୍ତି

ମିଥ୍ୟା ଉନ୍ମାଦନା ହୀନରେତା ମତି।

ଅଧୁରା ଅଧୁନା ଭଙ୍ଗୁର ଭବିଷ୍ୟ

ମରୁ ପ୍ରାନ୍ତର କ୍ଯାକଟସ୍ ପରି

ଶାଖା ମେଲେ ନୂଆ ନୂଆ

ସରେ ନାହିଁ କେବେ

ଯୋଡିଦିଏ ଭିନ୍ନ ସ୍ଵପ୍ନ ସୁନ୍ଦରୀ

ଅବିଶ୍ରାନ୍ତ ଜୀବନ ଦୌଡ଼ରେ ।

ସଂଜ୍ଞା ନିରୂପଣ କରେ ମୁମୂର୍ଷାର

ନିତି ନବୀନ ବସ୍ତୁବାଦୀ ମନ

ଥକି ଯାଏ ଶେଷେ

ପକ୍ଷହୀନ ଜଟାୟୁ ସଦୃଶ ।

କାମନା ବାସନା ଯେବେ ରିକ୍ତ ହୁଏ

ସ୍ଵପ୍ନ ସବୁ ମୁକ୍ତି ଲଭେ ସିନା

ନିଦ୍ରାରେ ଅବା ଅଧା ନିଦ୍ରାରେ

ସ୍ଵପ୍ନ ଜମା ଭଲ ନୁହେଁ,

ତୃପ୍ତି ମାନ ହରିନିଏ ଜାଗୃତିର

ସ୍ଵପ୍ନ ଜମା ଭଲ ନୁହେଁ ।


ପ୍ରସନ୍ନ କୁମାର ମାଦଳା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy