STORYMIRROR

Prasanta kumar Hota

Fantasy

3  

Prasanta kumar Hota

Fantasy

କଳ୍ପନାର ଗୀତ 55

କଳ୍ପନାର ଗୀତ 55

1 min
289


ନିଦରେ ସପନ ନେଇଯାଏ ମନ

ହଜିଯାଏ ହୃଦୟରେ

ପ୍ରେମ ପରଶରେ ଭିଜିଗଲେ ପୁଣି

ରହିଯାଏ ହତାଶରେ


ହତାଶରେ ଆଶ ଦେଉଥାଏ ପ୍ରାସ

ମନ ପ୍ରୟାସରେ ରାଜି

ଖୋଜି ବୁଲେ ଖାଲି ଏଇଠି ସେଇଠି

ହେଉଥାଏ କେତେ ସାଜି


ରହିଯାଏ ସ୍ଵପ୍ନ ହୋଇଯାଏ ଚୁର୍ଣ୍ଣ

ବିରହକୁ କରି ପୂର୍ଣ୍ଣ

ତଥାପି ଭୁଲିନି ସ୍ଵପ୍ନର ସାଥୀକୁ

ଏବେବି ମନ ଉଦ୍ଦାମ


ପ୍ରେମ ଏକ ଇଛା ଅପୁରିତ ବାଞ୍ଛା

ଜାଣି ପାରିଲିନି ଉତ୍ସ

ପ୍ରେମର ସପନ କୁହୁକର ବନ

କହିଦିଏ ନୁହେଁ ସ୍ଵଛ


ପ୍ରଶାନ୍ତ କୁମାର ହୋତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy