STORYMIRROR

Fransis Satapathy

Fantasy Romance Tragedy

3  

Fransis Satapathy

Fantasy Romance Tragedy

ଭଙ୍ଗା ସ୍ୱପ୍ନ

ଭଙ୍ଗା ସ୍ୱପ୍ନ

1 min
15.7K


ସ୍ୱପ୍ନ କେବେବି ଏମିତି ଭାଙ୍ଗେନା

କୁହୁଡ଼ିର କୁହୁକ ଭିତରେ,

ମତେ ଛୁଁ ମତେ ଛୁଁର

ନିଛକ୍ ପିଲାଳିଆମିରେ।

ମୁଁ ତ ଆଜିକାଲି ଖୁବ୍ ଶୋଉଛି

ଖାଲି ନିଦ ଯା' ହଉନି--

ଡାକ୍ତର କହିଲା ପରେ--

"ଏଥିରୁ ଗୋଟେ, ସେଥିରୁ ଗୋଟେ--ବଟିକା;

ରାତିରେ ଧୁମ ଶୋଇବ"--

କାଳେ ରକ୍ତଚାପ ବଢ଼ିଯିବ--

ନିଦ ହିଁ ମୋ ଚାପ କମେଇବ।

ତୁମେ କଣ ଶୁଣିନ

ତାଙ୍କର ସେ କଠୋର ତାଗିଦା??

ମୋ ହୃଦରେ ପା ଅଛ???

ଆଉ କେ ଜାଣୁ କି ନ ଜାଣୁ

ତୁମେ ଜାଣ, ତୁମ ସହ ନିଦ ମୋ ଯାଇଛି..

କେବଳ ଶୁଏ ଖାଲି ତୁମେ ଆସ ବୋଲି,

ଆଉ ଜାଗେ, ସ୍ୱପ୍ନ ଭାଙ୍ଗି ଯେବେ ଯାଅ ଚାଲି।

ଏବେ ତ ଜୁଳୁମ ବନ୍ଦ କର !!

କିଏ ବା ରୋକିଛି ତୁମକୁ--

ମୋ ମନର ବେହାଲ ବେହେଲାକୁ ଶୁଣି

ସ୍ୱପ୍ନରେ ଆସିବାକୁ ??

କିଏ ବତେଇଛି ଅବା

ଏଇନା ଆସୁଛି କହି

ଭୋର ପୂର୍ବରୁ ଚାଲି ଯିବାକୁ ???

ତୁମେ ଏମିତି ଆସୁଥାଅ

ସ୍ୱପ୍ନ ସାଜି ସବୁଦିନ

ମୋ ରୋଗର ଔଷଧ ହୋଇ–

ରାତ୍ରିର ଘନେଇବା ସହ;

ଆଉ ରୁହ--ଦିନର ଅୟମାରମ୍ଭେ

କାଳିମାର କ’ଣ କ’ଣ ମୋକ୍ଷ ହେଲା ଯାଏଁ ।।


ଫ୍ରାନସିସ ଶତପଥୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy