ବରଷା ରାଣୀ
ବରଷା ରାଣୀ

1 min

422
ଘୋର ନିଦାଘେ ପ୍ରଜା ପିଡ଼ିତ ଜାଣି,
ନଭେ କଳାମେଘର ଚାନ୍ଦୁଆ ଟାଣି,
ହସ୍ତେ ବିଦ୍ୟୁତ୍-ଚପଳା ଅସ୍ତ୍ରକୁ ଧରି,
ସିଂହାସନ ଆରୋହୀଲେ ବରଷା ରାଣୀ ।
ନଗ୍ରେ ବାଜିଲା ଘଡ଼ଘଡ଼ି ନାଗରା,
ସିଂଚିଲେ ଶୀତଳ ବାରୀର ଧାରା,
ଉଲ୍ଲାସେ ଆହ୍ଲାଦେ ହସିଲା ଧରା,
ପ୍ରଜା ଉଦ୍ଧରିଲେ ତାପରୁ ପରା !
ନବ ପଲ୍ଲବୀଲେ ପାଦପଗଣ,
ଧରଣୀ ଦିଶିଲା ସବୁଜ ବର୍ଣ୍ଣ,
ଦେଖି ସାଧବାଣୀ ମନ ଉଚ୍ଛନ୍ନ,
ଓଦା ଘାସ ପରେ କଲା ଚଳନ ।
ଏତେ ସବୁ ଶିରୀ ଦେଖି ମଣ୍ଡୁକ,
ଆୟତ୍ତ ବାହାରେ ମନ ବିବେକ,
ଡକାଇ ଜ୍ଞାତି ଓ କୁଟୁମ୍ବ ଜନ,
ଭେକରଡ଼ି ତାନେ କଲା ଗାୟନ ।
ଏତେ ପ୍ରଭାରୀ ସେ ବରଷା ରାଣୀ,
ସୁଶୀଳା, ଭଦ୍ରା ସେଯେ' ଅଭିମାନୀ,
ଏମନ୍ତ ସନ୍ତୋଷେ କର ଶାସନ,
ବିହୁନେ, ବହୁଳେ ଯିବ ଜୀବନ ।।