STORYMIRROR

Fransis Satapathy

Tragedy

2  

Fransis Satapathy

Tragedy

ମୋ ନୀରବତା

ମୋ ନୀରବତା

1 min
13.3K


ସବୁ କ୍ରିୟମାନ ବସ୍ତୁ ସମୂହର ପ୍ରାଞ୍ଜଳତା--

ଯେମିତି କି କାନ୍ଥ ଘଣ୍ଟାର ଟିକ୍ ଟିକ୍ ଶବ୍ଦ,

ବାଥରୁମ ଟ୍ୟାପ୍ ର ଟିପ୍ ଟପ୍,

ପଡ଼ିଶା ଘରର ଥାଳି ଖଡ଼ଖଡ଼

ବାଡ଼ି ପଟେ ତେଣ୍ଡାର କେଁ କେଁ,

ରାତିରେ ବାହାଦୁରର ହ୍ବିସିଲ୍--

ଏ ସବୁ ଖାଲି କଣ ନୀରବତା??


କିଛିଙ୍କର ଚୁପଚାପରେ ଆଉ କିଛିଙ୍କର କୋଳାହଳ;

ବୋଧହୁଏ ଏଇଟା ହିଁ--ଯାହା ଅନୁଭୂତ ହୁଏ,

ରାତିରେ ଜଳୁଥିବା ଜୁଇ ର ଚଡ଼ ଚଡ଼ ଶବ୍ଦରେ,

ଦୂରରୁ ଶୁଭୁଥିବା ଶ୍ବାପଦିକ ସ୍ୱରରେ,

ଏଇ ସବୁ ତ ସେମିତିକା, ଘର ଭିତରର ନିର୍ଜନତା ଭଳି,

କିଛି ଜଡ଼.. ଆଉ କିଛି ଜୀବିତଙ୍କ ଜଡ଼ତା--

ସବୁ ଏକା--ସବୁ ସମାନ।


ହେଲେ ମୋ ଭିତରର ବିଜନତା??

ଥରେ ଭାବ ....କୋଳାହଳେ ବି ଶ୍ମଶାନ ଶୁନ୍ୟତା !!

ମୁଖର ପ୍ରଗଳ୍ଭତା କିନ୍ତୁ ମନର ନୀରବତା,

ଆସ ଶୁଣିବ, ଛାତିରେ କାନ ରଖି,

ଯେମିତି ଆଗରୁ ଶୁଣ, ମୋ ହୃଦସ୍ପନ୍ଦନ,

ଆଉ ଗଣୁଥିଲ ମନେ ମନେ---

କେତେ ଥର ତୁମ ପାଇଁ କେତେ ଥର ମୋର।


ଛାଡ଼-- ତୁମେ ପାରିବନି ମୁଁ ଜାଣେ ;

ପାରନ୍ତ ବା କେମିତି ? କେବେଠୁ ତ ଗଲଣି;

ଏବେ ମୁଁ ମୁଁ.. ତୁମେ ତୁମେ,

ଆଗଭଳି ମୁଁ ତୁମେ..ତୁମେ ମୁଁ ନୁହେଁ

ଖାଲି ଏତିକି କର, କେବେ ଥରେ ଚାଲି ଆସ

ସବୁଠୁ ଲୁଚିକି, ସବୁକୁ ଭୁଲିକି କେଇ ଘଡ଼ି ପାଇଁ,

ମୋ କାନ ପାଖେ ମୁହଁ ରଖି ଚିଲେଇ ଦିଅ,

ଜୋରେ ମୋତେ ହଲେଇ ଦେଇ କହି ଦିଅ--

ତୁମେ ଭୁଲି ଗଲଣି, ମୁଁ ବି ଭୁଲି ଯାଏ ସବୁ କିଛି,

ଗତ ରାତି ର ସ୍ବପ୍ନ ପରି,

କାଳେ କେଜାଣି-----

ମୋ ଭିତରର ନୀରବତା ଭାଙ୍ଗିଯିବ,

ଆଉ ମୁଁ ହଜିଯିବି ତୁମ ଭଳି ଗହଳି ଭିତରେ।।


ଫ୍ରାନସିସ୍ ଶତପଥୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy