Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Fransis Satapathy

Others

2  

Fransis Satapathy

Others

ଖିଆଲି କବିତା

ଖିଆଲି କବିତା

1 min
124


ମୁଁ ଚେନାଏ ହସ
କାହା ଓଠର--
ସତ ହେଉ ବା ମିଛ,
ଅଭିନୟ ବି ହେଉ;
ମୁଁ କିନ୍ତୁ ଆସିବି ଦିନେ
ଯେମିତି କି ବର୍ଷାବାହୀ ବାଦଲ୍..
ଆଜି ନହେଲେ ବି କାଲି
ଫେରିବ ନିଶ୍ଚୟ ।

ମୁଁ ସ୍ୱପ୍ନ ବି ହୋଇପାରେ
କାହା ଆଖିର;
ନିଦକୁ ଚିରି ଧସେଇ ପଶିବି..
ଶୁଆଇବି ନିଘୋଡ଼୍ ନିଦରେ,
ଖାସ୍ ମତେ ଦେଖେଇବା ପାଇଁ--
ଯିଏ ଯେତେ ମନା କଲେ ବି,
ମୋର ବା କି ଯାଏ ଆସେ..?
ମୁଁ ଆସିବି..
କିଏ ଚାହୁଁ କି ନ ଚାହୁଁ ।

ମୁଁ ସେ ସବୁ ହେଇଯିବି
ଯାହାକୁ ଚାହିଁଲେ ବି
କେହି ଦୂରେଇ ପାରେନି,
ଅବା ଚାହିଁ ବି
ଲୁଚେଇ ପାରେନା ନିଜକୁ..
ମୁଁ ରଙ୍ଗ ବି ହୋଇପାରେ, ଖରା ବି,
ବର୍ଷା, ଶୀତ, ଜ୍ୟୋତ୍ସ୍ନା, ତନ୍ଦ୍ରା, ନିଡ଼,
ଭୋକ--ଏମିତି ଅନେକ କିଛି,
ଯା'ର କିଛି ଧରାବନ୍ଧା ନିୟମ ନଥାଏ..
ମୁଁ ନିଜେ ନିୟମଟେ ବି ହେଇପାରେ;
ଯିଏ ଖାଲି ନିଜକୁ ବାନ୍ଧେ..
ଆଉ ଇଚ୍ଛା ହେଲେ ମୁକୁଳି ବି ଯାଏ।।

ଫ୍ରାନସିସ୍ ଶତପଥୀ


Rate this content
Log in