STORYMIRROR

pawan Mohakul

Classics Fantasy Inspirational

3  

pawan Mohakul

Classics Fantasy Inspirational

ବାପା ମାଆ ଦୁହେଁ ଅଟନ୍ତି ଠାକୁର

ବାପା ମାଆ ଦୁହେଁ ଅଟନ୍ତି ଠାକୁର

1 min
374

ବଞ୍ଚିଥିବା ବେଳେ ଦେଇ ପାରିଲନି

ଖାଇବାକୁ ଗଣ୍ଡେ ଗିନାରେ

ମରିଗଲା ପରେ ଖାଇବାକୁ ଦେଲ

ଶାଳ ପତରର ଦୋନାରେ

କାଉ ଓ କୁକୁର ଝୁଣୀ ଖାଇଗଲେ

ଯାହା ଦେଇଥିଲ ଦୋନାରେ

ମିଛରେ ମିଛରେ କାନ୍ଦି ସୁଣାଇଲ

ବାପା ମାଆ ଥିଲେ ଠାକୁରେ

ବଞ୍ଚିଥିବା ବେଳେ ଶ୍ରଦ୍ଧା କଲ ନାହିଁ

ଯେତେବେଳେ ଥିଲେ ପାଖରେ

ମରିଗଲା ପରେ ତାହାଙ୍କୁ ଖୋଜିଲ

ଆକାଶର ତାରା ମେଳରେ

ତୁମରି ସନ୍ତାନ ଦେଖିଲା ସିଖିଲା

ଯାହା କଲ ଘର ଭିତରେ

ତୁମର ସନ୍ତାନ ସେମିତି କରିଲେ 

କହିବ ଥିଲା ମୋ ଭାଗ୍ୟରେ

ତୁମେ ଯଦି ତୁମ ମନ ଦେଇଥିବ

ବାପା ମାଆଙ୍କର ସେବାରେ

ତୁମର ସନ୍ତାନ ଦେଖିବ ଶିଖିବ

ତୁମକୁ ରଖିବ ସୁଖରେ

ଯେ ଯାହା କରଇ ସେ ତାହା ଭୁଞ୍ଜଇ

ଲେଖା ହୋଇ ଅଛି ଗୀତାରେ

ଏ କଥାକୁ ଯଦି ମନରେ ରଖିବ

ଜୀବନ କଟିବ ସୁଖରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics