ଜାଗ ହେ ତରୁଣ
ଜାଗ ହେ ତରୁଣ
ନବୀନ ଯୁଗର ହେ ନବ ତରୁଣ
ଜାଗ ଆଳସ୍ୟ କୁ ତେଜି
ନିଜ ଅଧିକାର ପାଇବା ପାଇଁ ତ
ବେଳ ଆସି ଅଛି ଆଜି ।
କେତେ ଦିନ ଆଉ ଶୋଇ ରହିଥିବ
ଅନ୍ଧକାର କୋଠରୀରେ
ଜାଗି ଉଠ ତୁମେ ସ୍ୱକର୍ମ ଆଦରି
ଉଲ୍ଲସିତ ଭାବନାରେ ।
ଦେହରେ ତୁମର ଶତସିଂହ ବଳ
ରହିଅଛି ପରା ଭରି
ତଥାପି କିମ୍ପାଇଁ ମଉନ ରହିଛ
କେଉଁ ଅଭିମାନ ଧରି ।
ହେଜି ଦେଖ ସେଇ ବୀର ପୁରୁଷଙ୍କ
ଅଛି କେତେ ବୀର ଗାଥା
ବିବେକାନନ୍ଦ , ସୁବାଷଙ୍କ ପରି
ଆଉ କେତେ ମହାରଥା ।
ତୁମେ ପରା ଅଟ ଏ ଦେଶ ମାଟିର
ଆଗାମୀ ର ଭବିଷ୍ୟତ
ଉଚ୍ଚ କର୍ମ କରି ରଖିଯାଅ ସଦା
ମାଟି ମାଆର ମହତ ।
