STORYMIRROR

pawan Mohakul

Classics Fantasy

3  

pawan Mohakul

Classics Fantasy

କାଳିଆ

କାଳିଆ

1 min
413

ବାଡିରୁ ତୁଳସୀ ତୋଳି ମୁଁ ଆଣିଛି

ତୋ ପାଇଁ ମୁଁ ନେବି ବୋଲି

ମନ ମୋର ଆଉ ବୁଝୁନି କାଳିଆ

ଯିବିରେ ମୁଁ ପୁରୀ ବୁଲି ।


ବାଡ଼ିର ନଡ଼ିଆ ନେଇଛି ତୋ ପାଇଁ

ଭଲ ପରା ତତେ ଲାଗେ

ଦରଶନ ଟିକେ ଦେବୁ ଖାଲି ମତେ

ଏତିକି କାଳିଆ ମାଗେ ।


ଦେଖିନାହିଁ ବୋଲି କେତେ ଦିନୁ ତତେ

ମନ ମୋ ଅଧିର ହୁଏ 

କାଳିଆରେ ତୋର ମୁଁହ ଦେଖିବାକୁ

ଆଜି କାହିଁ ଇଚ୍ଛା ହୁଏ ।


ତୋ ବଡଦାଣ୍ଡର ଧୂଳି ଟିକେ ମୋର

ଦେହରେ ମୁଁ ମାରିଦେବି

ତୋ ଅବଢ଼ା ଅର୍ଣ୍ଣ ଖାଇଦେଲା ପରେ

ଖୁସିରେ ମୁଁ ନାଚିଯିବି ।


ମନ ଭରି ତତେ ଦେଖିବି କାଳିଆ 

ସବୁ କଥା ଜଣେଇବି

ଯାହା ରଖିଅଛି ମନରେ ମୋହର

ସବୁରେ ତତେ କହିବି ।


Rate this content
Log in

Similar oriya poem from Classics