STORYMIRROR

ଦୀପଙ୍କର ଦାସ

Romance Tragedy Fantasy

3  

ଦୀପଙ୍କର ଦାସ

Romance Tragedy Fantasy

ପ୍ରତାରଣା

ପ୍ରତାରଣା

1 min
276

ଓଠ ଚୁପ୍ ଥିଲା ଆଖି ଓଦା ଥିଲା

ହସିବାର କାରଣ ତୁମେ ସାଜିଲ

କେଉଁ ଏକ ଅଫେରା ଅତୀତରେ

ନିରାଶ ଥିଲି ମୁଁ

ବର୍ତ୍ତମାନର ଆଶା ତୁମେ ଦେଇଥିଲ

ଯେବେ ପବନ ହେଇ ମୋ ଦେହକୁ ଛୁଇଁଲ

ବିନା ପରରେ ବି ଉଡ଼େଇ ଦେଲ

ହୃଦୟର କଥା ଯଦି ତୁମେ ବୁଝିଥାଆନ୍ତ

ତାହାଲେ ତୁମେ ତୁମର ନୁହଁ ମୁଁ ମୋର ନୁହେଁ

ତୁମେ ମୋର ହୋଇଥାଆନ୍ତ।


ପ୍ରେମର ରାଣ ଯଦି ସବୁ ସତ ହୁଅନ୍ତା

ନା ତୁମେ ବଞ୍ଚିଥାନ୍ତ ନା ମୁଁ

ତୁମ ରାଣ ବୋଧେ ମିଛ ଥିଲା

କି ତୁମର ବିରହେ ମରିବି ମୁଁ

ମୋ ରାଣ କିନ୍ତୁ ସତ ଥିଲା

ହଁ ମୁଁ ମରି ନାହିଁ ସତ

କିନ୍ତୁ ତୁମର ବିରହେ ବିଲୀନ ହୋଇଛି


ମୃତ୍ୟୁ ଅପେକ୍ଷାରେ ଏବେ ବି ବଞ୍ଚିଛି।

ମୁଁ ଚାଲୁଛି, ଉଠୁଛି,ବସୁଛି

ତାର ଅର୍ଥ ନୁହେଁ ମୁଁ ବଞ୍ଚିଛି

କେବେ କଲ୍ କରିବ ଛାତିରେ ଲଗେଇଦେବି

ଦେଖିବ ସ୍ପନ୍ଦନ ନ ଥିବ

ତୁମର ଧୋକା ଖାଇ ମୁଁ ମରି ସାରିଛି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance