STORYMIRROR

ଦୀପଙ୍କର ଦାସ

Tragedy Action Fantasy

3  

ଦୀପଙ୍କର ଦାସ

Tragedy Action Fantasy

ମୁଁ

ମୁଁ

1 min
393

ଚେହେରା ନୁହେଁ ମୁଁ ତା ଛାଇ ଦେଖି ତାକୁ ପ୍ରେମ କଲି

ପୁଣି ଭାବିଲି ପ୍ରେମର ବୟସ ଏବେ ନୁହଁ,

ମୁଁ କଣ କିଛି ଭୁଲ କଲି?

ଯନ୍ତ୍ରଣା ହୃଦୟେ ନିର୍ଜନେ ବସିଥିଲି

କାନ୍ଧରେ ହାତ ଦେଇ ସାହସ ଦେଲା

ତାକୁ ପ୍ରେମ କରି ବସିଲି

ପରେ ଜାଣିଲି ସେ ଛାଇ ମୋର ଥିଲା

ଅଜାଣତରେ ନିଜକୁ ପ୍ରେମ କରି ବସିଲି।

ମୋର ପ୍ରତ୍ୟେକ ପାଦରେ ତୁମେ କଣ୍ଟା ଦେଇଛ

ହେଲେ ମଧ୍ୟ ମୁଁ ଚାଲିଥିଲି

ଭାବୁଥିଲି ତୁମ ଜୀବନ କୁ ଆଲୋକ ନୁହଁ ଧୂଆଁ ଦେବି

ହେଲେ ମୁଁ ତ ଦୀପ

ନିଜେ ଜଳୁଥିଲି ଜଳୁଥିଲି ଆଉ ଜଳୁଥିଲି।

ଭାରି ଅଜବ ଏଇ ଦୁନିଆ

ଯେବେ ମୁଁ ମୋ ଦୁଃଖକୁ ଲୁହର ପରିଚୟ ଦେଲି 

ସମସ୍ତେ କହିଲେ କେତେ କମଜୋର ତୁମେ କାନ୍ଦୁଛ

ଯେବେ ତାକୁ ସଜେଇ କବିତାର ରୂପ ଦେଲି

ସମସ୍ତେ କହିଲେ କେତେ ସୁନ୍ଦର ତୁମେ ଲେଖୁଛ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy