STORYMIRROR

subrat kumar jena

Fantasy

3  

subrat kumar jena

Fantasy

ବିଶ୍ୱାସରେ ବନ୍ଧା

ବିଶ୍ୱାସରେ ବନ୍ଧା

1 min
308

ବିଶ୍ୱାସରେ ବନ୍ଧା,

ଥିଲା ବୋଲିତ ଆମ ସମ୍ପର୍କ,

ହୋଇ ପାରିଥିଲା ,

ଆଉ ଏକ ସୁନ୍ଦର କୋଣାର୍କ,

ସେଇ ବିଶ୍ୱାସକୁ ନେଇ,

ଆଜିବି ଧାଡି ଲାଗୁଛି ନିତିଦିନି,

ଶହ ଶହ ପର୍ଯ୍ୟଟକଙ୍କ ସେ ଅର୍କକ୍ଷେତ୍ରେ ,

ଆମେ ନହେଲେ ନାହିଁ,

ଆମ ଲାଗି ଆମ ସଂସ୍କୃତି ପରମ୍ପରାର ଜୟ ଜୟକାର ଲାଗି,

ଖାଲି ଟିକେ ବିଶ୍ୱାସ ଅଛି ବୋଲିତ ।


ଜାଣେ ଦୁନିଆ ଆଖିରେ,

ନୁହେଁ ଏହା ଆଉ ଏକ ତାଜମହଲ ସଦୃଶ,

ତଥାପି ଏଥିରେବି ଅପାର ଖୁସି,

ତୁମେ ଆଉ କାହାର ନହୋଇ,

ଆଜିବି ଜିଇଁଛ କଳିଙ୍ଗରେ କାରୁବାକି ହୋଇ,

ବିଶ୍ୱାସର ଶବକୁ ଅବା ବୋହିବ କିଏ ?

ତୁମେ ,ମୁଁ ନା ଆମ ଦାୟାଦ ମାନେ!

ବରଂ ଭଲ ନିଜେ ନିଜର ପରିଚୟ ନେଇ,

ଆଉ ଲୋଡ଼ା ନାହିଁ,

ଯୁଦ୍ଧଙ୍ଗ ଦେହୀର ଅଲୋଡ଼ା ଡାକରା,

ଆଉ ଇଛା ନାହିଁ ଲହୁ ଲୁହାଣରେ ଭରିବାକୁ ପୃଷ୍ଟ,

ଯେତିକି ହୋଇଛି ବହୁତ ଅଟେ ,

ଦୟାନଦୀ ବି ଚାହୁଁନି ରକ୍ତରେ ହୋଲି ଖେଳିବାକୁ,

ଖାଲି ଟିକେ ବିଶ୍ୱାସ ଅଛି ବୋଲିତ ।


ଅବିଶ୍ୱାସର ଉଦର କେତେ ଲମ୍ବା,

କେତେ ଚଉଡା ତାକୁ କିଏ ଜାଣେ,

ସେ ଶୋଇ ରୁହେନି କୁମ୍ଭକର୍ଣ୍ଣ ପରି,

ତଥାପି ସନ୍ଦି ପରେ ସନ୍ଦି ସବୁ ସନ୍ଦିହୀନ ହୁଏ,

ବିଚରା ବିଶ୍ୱାସ କିଛିକ୍ଷଣ ଲାଗି ନିଶ୍ୱାସ ହରାଏ,

ତୁମେ କିନ୍ତୁ ଅନନ୍ୟା !

ଆଜିବି ମୁଁ ଦେଖେ ତୁମକୁ ପ୍ରତିଟି ସକାଳ କିରଣେ,

ତୁମକୁ ଶୁଣେ ପକ୍ଷୀର କାକଳିରେ,

ତୁମ ଅଭିମାନକୁ ମାପେ ମେଘର ଗର୍ଜନରେ,

ପୁଣି ପ୍ରେମକୁ....ପୁବେଇ ବାଆରେ,

ରାତ୍ରିର ନିର୍ଜନତାରେ ପୁଣି,

ଅନ୍ଧାର ରାତିର ଚିକ୍ ମିକ୍ ତାରଫୁଲଙ୍କ ଗହଣରେ,

ବିଶ୍ୱାସ ଥିଲା ବୋଲିତ !

ମୁଁ ମୁଁ ହୋଇ ଅଛି ତୁମେ ତୁମେ ଅଛ,

ଆଉ ଆମ ସମ୍ପର୍କର ସେତୁ ପବିତ୍ର ରାମସେତୁ ପରି,

ଖାଲିଟିକେ ବିଶ୍ୱାସ ଅଛି ବୋଲିତ ।


ବିଶ୍ୱାସ ଉପରେ ଆସ୍ଥା ଥିଲା ବୋଲି ତ,

ସେଦିନ ମାଡି ଆସିଥିଲେ ଶହ ଶହ କଙ୍କାଳ ଦଳ,

ଭ୍ରୁକ୍ଷେପ ନଥିଲା ମୃତ୍ୟୁର ତାଣ୍ଡବ ଖେଳକୁ,

ଚାରି ଆଡ଼େ ହା ହାକାର ଆତ୍ମନାଦରେ,

ଅଟକି ନଥିଲା କି ଛିଡି ପଡିନଥିଲା କାହାର ପାଦ ଯୁଗଳ,

ସେ ବିଶ୍ୱାସ ଥିଲା ନିଆରା,

ଭକ୍ତ ଆଉ ଭାଗବାନର ଅମୃତ ପ୍ରେମର,

ଜିତିଥିଲା ବିଶ୍ୱାସ ଭକ୍ତ ସହ ଭଗବାନର,

ଝରିଥିଲା ଆକାଶରୁ ଅମୃତରୂପୀ ବର୍ଷା ଅନେକ ବର୍ଷ ପରେ,

ଖାଲିଟିକେ ବିଶ୍ୱାସ ଥିଲା ବୋଲିତ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy