STORYMIRROR

SARATA KUMAR DAS

Fantasy Others Romance

3  

SARATA KUMAR DAS

Fantasy Others Romance

ନୀଳ ଛାଇ

ନୀଳ ଛାଇ

1 min
25.4K


ପ୍ରିୟତମା !

କେଉଁଠି ଅଛ ଅବା କେମିତି ଅଛ ତମେ

ଜହ୍ନ ରେ ନାଁ ଜ୍ୟୋସ୍ନାରେ

ନିଦରେ ନାଁ ସ୍ଵପ୍ନରେ

ନିଝୁମ ରାତିର ଗାଢ ଅନ୍ଧକାରେ ନାଁ

ଦିବସର ପ୍ରଖର ରଶ୍ମିରେ

ବର୍ଷାର ଟିପ୍ ଟିପ୍ ସ୍ବରରେ ନାଁ

କାଳ ବୈଶାଖୀର ତାଣ୍ଡବ ନୃତ୍ୟରେ ।।


କେଉଁଠି ଅଛ ପ୍ରିୟତମା !

ବୟସର ଅପରାହ୍ନ ରେ ନାଁ

ବୟସର ସାୟହ୍ନରେ ଅବା

ଥପ ଥପ ନିଗିଡିପଡୁଥିବା ସ୍ଵେଦ ବିନ୍ଦୁ

ମହମ ବତୀର ଧର୍ମ ନେଇ

କଂଚାକଂଚା ସ୍ବପ୍ନ ସହ ଯୁଝୁଥିବା

ବୟସର ମଧ୍ୟାହ୍ନରେ ,

ସାଗରର ମୁଗ୍‌ଧ ମୂର୍ଚ୍ଛନାରେ

ନାଁ ମଳୟର ଚନ୍ଦନ ବାସ୍ନାରେ

ଶୀତୁଆ ସଂଜର ମ୍ଳାନ ଗୋଧୂଳିରେ

ନାଁ ଫଗୁଣର ଝଲମଲ ଫଲଗୁରେ ।।


ସତରେ ତମେ କେଉଁଠି ଅଛ ପ୍ରିୟତମା !

ଦୁଃଖରେ ନାଁ ସୁଖରେ

ରଙ୍ଗରେ ନାଁ ବେରଙ୍ଗରେ

ଗୋଲାପର ମହମହ ବାସ୍ନାରେ

ନାଁ ତୀକ୍ଷଣ୍ କଣ୍ଟକିତ ରାସ୍ତାରେ

ଫେନିଳ ସାଗରର ସୀମାହୀନ ବୁକୁରେ

ନାଁ ଆକାଶର ପ୍ରସସ୍ଥ ଛାତିରେ ।।


ଯେଉଁଠି ଥାଅ ଅବା ଯେପରି ଥାଅ

ଭୁଲି ଯାଅ ଅବା ମନେ ରଖ

ସୁଖରେ ତ ଥାଅ ନିଶ୍ଚୟ

ମୁଁ ମରି ମରି ବଂଚିବାର ଅଭିନୟ କରୁଥାଏ ପଛେ

ଆଂଜୁଳା ଆଂଜୁଳା ବିଷ ପିଇ

ନୀଳକଣ୍ଠ ସାଜୁଥାଏ ପଛେ

କ୍ଷତାକ୍ତ,ଯନ୍ତ୍ରଣାକ୍ତ ହେଉଥାଏ ତମ ସହ

ଜିତିବା ହାରିବାର ଛାୟା ଯୁଦ୍ଧରେ

ବାରମ୍ବାର ପ୍ରତି ମୁହୁର୍ତ୍ତରେ ।।


ମୋ ଜୀବନ ତ ଦୁଃଖର କଳକଳ ନଈଟିଏ

କେତେବେଳେ ଏ କୂଳ ତ କେତେବେଳେ ସେ କୂଳ

ଛୁଉଁ ଥାଏ ପ୍ରଖର ସ୍ରୋତରେ

ସେ ଦୁଃଖ ନଦୀ ତୀରେ ବସି

ଦେଖେ ତମ ପ୍ରତିଛବି ଚହଲା ପାଣିରେ

ନୀଳ ନୀଳ ଆଖି ତମ ସ୍ବପ୍ନସିକ୍ତା ଲାଗେ

ଯେତେ ଭୁଲିବାକୁ ଚେଷ୍ଟାକଲେ ବି

ସେତେ ବେଶୀ ମନେ ପଡ ତମେ

ଦଂଶନ କରୁଥାଏ ନିତି ତମ ସ୍ମୃତି ସବୁ

କେଉଁ ଏକ ବିଜନ ବେଳାରେ

ସତରେ ପ୍ରିୟା ତମେ ନୀଳ ନୀଳ ଛାଇଟିଏ

ମୋ ଭାଗ୍ୟ ରେଖାରେ ।।

ଶରତ କୁମାର ଦାସ ,ବଡବିଲ ମହାବିଦ୍ୟାଳୟ, ବଡବିଲ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy