ସମ୍ପର୍କର ତୁମେ ଅଯୋଗ୍ୟ ଚରିତ
ସମ୍ପର୍କର ତୁମେ ଅଯୋଗ୍ୟ ଚରିତ
କି ଅବା ପ୍ରକାଶ କରିବି କୋହ କୁ
ହୃଦୟ କମ୍ପନ କରେ ,,
ଭାବି ଯଦି ବସେ ପୁରୁଣା ସ୍ମୃତିକୁ
ନୟନୁ ଲୋତକ ଝରେ ।
ନିରୀହ ନୟନ ଭେଦି କି ପାରୁଚି
ମାୟା ରୂପି ତୁମ ପ୍ରେମ ,,
ପ୍ରେମ ର ମନ୍ଦିର ଗଢି ଥିଲ ଯେଉଁ
ମହମ ତିଆରି ସମ ।
ଅଜ୍ଞାନତା ଘେରା ଏ ବେନି ନୟନେ
ବନ୍ଧା ଥିଲା ତୁମ ପ୍ରେମ ,,
ପ୍ରେମ ପ୍ରୀତି ପୂର୍ଣ୍ଣ କଥା ଦେଇଥିବା
ମିଥ୍ୟା ଯୁକ୍ତ ବ୍ୟକ୍ତ ତୁମ ।
ସ୍ମୃତି କୁ ସାଉଁଟି ଆଣିବାକୁ ଗଲେ
ସବୁ ମୂଲ୍ୟହୀନ ଲାଗେ ,,
ଅମୂଲ୍ୟ ରତନ ଭାବି ଥିଲି ଯାହା
ପ୍ରଣୟ ର ଅନୁରାଗେ ।
ବିବସ କରାଇ ପ୍ରେମ କୁ ହରାଇ
ଧରାଶାୟୀ କରିଦେଲ ,,
ମନ ମୋ ତୁଟାଇ ଭୂମିରେ ଲୋଟାଇ
ଗର୍ବ ମୋର ଚୂର୍ଣ୍ଣ କଲ ।
ଥିଲି ତୁମ ପ୍ରେମେ ଗରବି ପ୍ରିୟସୀ
ସତ ପ୍ରେମ ଭାବ ନେଇ ,,
କ୍ଷୁଣ୍ଣ କରିଦେଲ ସତ୍ୟ ର ଘାଟିରେ
ପଛୁ ମୋତେ ଠେଲି ଦେଇ ।
ଠୋଓ.. ଠୋଓ.. କାର ହସିବି କାନ୍ଦିବି
ତୁମ ସ୍ମୃତି ସବୁ ନେଇ ,,
କି କରିବି ପ୍ରିୟ କହିବ କି ମୋତେ
ତୁମ ତୁଚ୍ଛ ପ୍ରେମ ପାଇଁ ।
ପୁରସ୍କୃତ କିବା କରିବି ତୁମକୁ
ତୁମ ମହାନତା ନେଇ ,,
ଅଟ୍ଟ ହାସ୍ୟ ଚିତ୍ତେ ଭାବିଲେ ଭି ସତେ
ରହିକି ପାରୁଛି ମୁଁହି ।
ସମ୍ପର୍କ ର ତୁମେ ଅଯୋଗ୍ୟ ଚରିତ
ଚରିତ୍ର ରେ ଖଳ ନେଇ ,,
ବର୍ଣ୍ଣନା ର ତୁମେ ଯୋଗ୍ୟ କାହୁଁ ହେବ
ଶବଦ ଭି ଆଉ ନାହିଁ ।
