ଲାବଣ୍ୟମୟୀ ମୈ।ସୁମୀ
ଲାବଣ୍ୟମୟୀ ମୈ।ସୁମୀ
ଲାବଣ୍ୟମୟୀ ଗୋ ସାଗର ଦୁଲଣୀ
ଆସ ମୃଦୁ ପଦପାତେ
ଉତ୍ତପ୍ତ ପ୍ରାଣରେ ଭରୁ ଶୀତଳତା
ବିରାଜୁ ଶାନ୍ତି ଜଗତେ ।
ପ୍ରବଳ ନିଦାଘେ ଜଳୁଛି ହୃଦୟ
ଜୀବନ ଶୋକ ସନ୍ତପ୍ତ
ବରଷ ଅମୃତ ହୋଇ କଳାମେଘ
ପ୍ରାଣ ହେଉ ସଞ୍ଜିବୀତ ।
ଚଞ୍ଚଳୁ ପ୍ରକୃତି ସବୁଜିମା ଭରି
ଭରୁ ଫୁଲ ଫଳ ଶସ୍ୟ
ସବୁରି ଓଠରେ ତୁମ ଆଗମନୀ
ଫୁଟାଉ ମଧୁର ହାସ୍ୟ ।
ମୈ।ସୁମୀ ଗୋ ତୁମେ ସନ୍ତାପ ହାରିଣୀ
କଲ୍ୟାଣୀ ମଙ୍ଗଳକାରୀ
ଧୋଇ ନେଇଯାଅ ଯେତେ ଅବଶୋଷ
ପାପ ତାପ ଯାଉ ହରି ।
ବଢୁ ସଦ୍ଭାବନା ଭାବ ସ୍ନେହ ପ୍ରେମ
ସୁନ୍ଦର ସତ୍ୟ ସ°ପ୍ରୀତି
ପ୍ରବହୁ ସ୍ୱଚ୍ଛନ୍ଦେ ନିଖିଳ ଜୀବନ
ଗାଉ ମଧୁ ଛନ୍ଦେ ଗୀତି ।
ମୁକତିର ଦ୍ଵାର ହେଉ ସୁପ୍ରଶସ୍ଥ
ହସିଉଠୁ ଦୁଇକୂଳ
ତୁମ ପଦ୍ମପାଦେ ସୁଖ ଓ ସୈ।ଭାଗ୍ୟ
ଲାବଣ୍ୟ ରତ୍ନ ଭଣ୍ଡାର ।
