STORYMIRROR

Secret Superstar

Romance

4  

Secret Superstar

Romance

ତୁମକୁ ଭଲଲାଗେ .....

ତୁମକୁ ଭଲଲାଗେ .....

1 min
356

ତୁମେ ମୋ ମନରେ

    ମୁ ତୁମ ହୃଦୟରେ

ହୃଦୟକୁ ତୁମରି

    ନୀରବତା ଭଲଲାଗେ 

 ଆଉ ମୋ ମନ କଣ କହେ ଜାଣିଛ ପ୍ରିୟା

ତୁମକୁ ଭାବିବାରେ ମିଳେ ଯେତେ ଖୁସି

    ପାଇବାରେ ତା ନାହିଁ  ।।


ତୁମେ ମୋ ସପନ

      ମୁ ତୁମ ଜୀବନ

 ତୁମରି ନୟନ

    ଭଲପାଏ ରହିବାକୁ ମଉନ

  ଆଉ ମୋ ନୟନ କଣ କହେ ଜାଣିଛ ପ୍ରିୟା

ତୁମ ସପନରେ ଅଛି ଯେତେ ଖୁସି

     ଛୁଇଁବାରେ ତା ନାହିଁ  ।।


  ଜାଣେନି କେବେ

        ଫେରିବ ତୁମେ

  ସ୍ପନ୍ଦିତ ହେବ ମୋ ହୃଦୟ କେବେ

  ତୁମର ପ୍ରେମ ମଳୟ ଛୁଆଁରେ 


ତୁମକୁ ଭଲଲାଗେ

      ମୋ ଠୁ ରହିବାକୁ ଦୂରେ 

 ଆଉ ମୋତେ କଣ ଭଲଲାଗେ ଜାଣିଛ ପ୍ରିୟା

ତୁମ ସ୍ମୃତିର ପାଶେ ତୁମ ଅପେକ୍ଷା ରେ

     ମିଳେ ଯେତେ ଖୁସି

   ତୁମ ବିରହରେ ସେତେ ଦୁଃଖ ନାହିଁ

ମୋତେ ଭଲଲାଗେ

     ତୁମକୁ ଭଲପାଇବା ପାଇଁ ।।


     


Rate this content
Log in

Similar oriya poem from Romance