ପ୍ରଜାପତିର ସ୍ବପ୍ନ
ପ୍ରଜାପତିର ସ୍ବପ୍ନ
ମଧୁ ଚୁମିବାକୁ ପ୍ରଜାପତି ମନ,
ଦିଅ ସ୍ପର୍ଶ କରି ତାକୁ,
ପାଖୁଡ଼ାରେବସି ଧୀରେ ସ୍ପର୍ଶ ଦେବ,
ସେ ବି ଛୁଇଁବା ଶିଖୁ ।
ମଧୁଛନ୍ଦା ପଶେ ମଧୁ କି ଅଭାବ,
ମଉଳା ଦେହରେ ବାସ,
ଯାହା ବଞ୍ଚିଥିବ ଶୋଷି ଖାଇଯାଉ,
ପୁର୍ଣ୍ଣ ହେଉ ତା'ର ଆଶ ।
ଦେହ ଝାଳ ବାସ ସୋଶିଵ ଅବଶ୍ୟ,
ସେହି ବି ମଧୁର ମଧୁ,
କେତେ ସ୍ବପ୍ନ ନେଇ ,ଆସିଅଛି ସେଯେ,
ଦେଖିକି ମଉଳା ବଧୁ ।
ସ୍ବପ୍ନ ଜୀବନର ଅଭିନ୍ନ ଅଙ୍ଗ,
ତା'ରବି ଜୀବନ ଅଛି,
ଦେଇଦିଅ ତାର ସ୍ବପ୍ନ ଆଧାର,
ସେ ଯାହା ବାଞ୍ଛା କରିଛି ।

