STORYMIRROR

Sadananda Sahoo

Romance

4  

Sadananda Sahoo

Romance

ପ୍ରେମର ମହକ

ପ୍ରେମର ମହକ

1 min
454


 ପ୍ରେମର ମହକ ସୁ-ସୁବାଷିତ

   ବିମୋହିତ ମନପ୍ରାଣ ,

ପ୍ରେମ ପ୍ରୀତିଫୁଲ ମୂଲତା' ଅମୂଲ

  ସୃଷ୍ଟିକରେ  ଶିହରଣ !!


ପ୍ରେମଫଗୁ ବାସ୍ନା ଯୌବନର ଆଶା

  ଅତ୍ମାତୃପ୍ତି  ସନ୍ଧାନରେ ,

ଦରଦୀ ହୃଦୟ ପ୍ରେମର ନିଳୟ

  ସ୍ୱପ୍ନ ଦେଖେ ଉଜାଗରେ !!


ହେ'ପ୍ରିୟା ସୁଦୀପ୍ତା ପ୍ରେମ ବିଭୂଷିତା

   ସାଇତି ରଖିବ ସ୍ମୃତି , 

ମୁଁ'ତୁମ ପ୍ରେମୀକ ପ୍ରେମ ମହାଦୀପ

  ଉଜାଗରେ ବିତେରାତି !!


ପ୍ରେମମୋ'ଜୀବନ ତୁମେ ମୋ' ରଧନ

   ଜାଳୁଚି ମୁଁ'ପ୍ରେମବତୀ ,

ପ୍ରେମ ପରଶରେ ହୃଦୟ ମନ୍ଦିରେ

   ତୁମେ'ତ ରହିଚ ଛପି !!


ହେ'ମନର ମାନିନୀ ଯାମିନୀ ସଙ୍ଗିନୀ

   କେଵେ ହବ ସୁହାଗିନି ,

କରିଚି ପ୍ରତୀକ୍ଷା ମେଣ୍ଟିବ ମୋ'ଆଶା                        

   ମହଲେ ସାଜିବ ରାଣୀ ! !


ଏଇ ଫଗୁଣରେ ଗୋଲାପି ବେଳାରେ  

    ବାଜିବକି ସାହାନାଇ ,

ଶୁଭଲଗନରେ ବିବାହ ବେଦୀରେ 

    ତୁମକୁ ଦେବି ମୁଁ'ଛୁଇଁ !!


ସୁହାଗ ସିନ୍ଦୁର ପ୍ରୀତିର ସ୍ୱାକ୍ଷର

   କରିବି ମୁଁ' ସମର୍ପଣ ,,

ସାତଜନ୍ମ ପାଇଁ ହବମୋର ସାଥୀ 

    ସୁଜି ପାରିବିନି ଋଣ !!


ଜନ୍ମ ଜନ୍ମାନ୍ତର ଏ'ପ୍ରେମ ସମ୍ପର୍କ

 ଅମର ରହିବ ସତେ ,

ସବୁଜନମରେ ତୁମେ ମୋ' ସାଥୀରେ

   ଗଢିବ ମହଲ କେତେ !!


ପ୍ରେମ ମହଲରେ ଖେଳିବେ ସାବକ

   ପ୍ରୀତି ସ୍ମୃତି ଗୀତି ଗାଇ ,

ଆମେ ହଜିଗଲେ ଦୂର ଆକାଶରେ

    ଲିଭିବନି ଆମ ଛାଇ !!


ହେ'ପ୍ରେମର ପ୍ରେମିକା ହେ'ପ୍ରିୟା ସୁଦୀପ୍ତା

    ଆଙ୍କି ଦିଅ ପ୍ରେମ ଛବି

 ପ୍ରେମ ମନ୍ଦିରରେ ଶୁଭ ସଞ୍ଜବେଳେ

    ବାଜିବ ପ୍ରେମର ଘଣ୍ଟି !!


ପ୍ରେମର ପ୍ରେମିକ ଅଲିଭା ପ୍ରଦୀପ

   ଦଉଚି ମୁଁ ପ୍ରତିଶୃତି ,,

ସର୍ବ ଗ୍ରହଣୀୟ ମୋ'ପ୍ରେମ ପ୍ରଣୟ

    ସାଇତି ରଖିବି ସ୍ମୃତି !!



Rate this content
Log in

Similar oriya poem from Romance