STORYMIRROR

Shashanka sekhar Ray

Romance

4  

Shashanka sekhar Ray

Romance

ଅକୁହା କଥା

ଅକୁହା କଥା

1 min
322


ମୁଁ ଜାଣେ ଫଗୁଣ ଆସେ

ଦେହେ ମନେ ତନ୍ମୟ କରି

କିଛିଦିନ ମଳୟରେ ଲୁଚି ଲୁଚି

ଓଠେ ଗୋଲାପର ରଙ୍ଗ ବୋଳି

ଆଖିରେ କାମନାର ରୋଷଣୀ ଜାଳି

ସେତେବେଳେ ଜଣକ ପ୍ରତି ଜଣକର ଦରଦ

କୁଆଡେ ବଦଳିଯାଏ ପ୍ରେମ ରୂପରେ

ମୁଁ ଜାଣେନା ପ୍ରେମର ସଂଜ୍ଞା

ଖାଲି ଯାହା କରୁଛି ମୁଁ ଅନୁଭବ

ମୋ ହୃତପିଣ୍ଡର ସ୍ପନ୍ଦନରେ ।


ମୁଁ ଜାଣେ ଏ ଦୁନିଆଁ 

କୁଆଡେ ଚାଲେ ପ୍ରେମରେ

ସବୁକଥା ଏଠି କୁହାଯାଏନା

କି ଶୁଣିବି ହୁଏନା

ଯାହା ସବୁ ଥାଏ ଏକାନ୍ତ ଗୋପନରେ 

ସେହି ଗୋପନରେ ଥାଏ ତ୍ ଜୀବନ

ସୁରକ୍ଷିତ ହୋଇ ଗେଣ୍ଡାର ଖୋଳପାରେ ।


ଆମ ସମ୍ପର୍କ ଏଠି 

ପାଣି ଆଉ ମାଛ ପରି

ତୁମ ବିନା ମୁଁ ମୋ ବିନା ତୁମେ

ବଞ୍ଚିବାଟା ଖାଲି ମିଛ ଆଉ ଛଳନା ଛଡା

କଣ ବା ହୋଇପାରେ ? 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance