STORYMIRROR

Dr Baman Chandra Dixit

Romance

4  

Dr Baman Chandra Dixit

Romance

ସ୍ବପ୍ନ ତୁମେ

ସ୍ବପ୍ନ ତୁମେ

1 min
369


ତୁମେ ପ୍ରଭାତ ତପନ ସୁନେଲି କିରଣ 

ପହିଲି ବର୍ଷା ର ପାଣି ର ଛୁଆଁ,

ଶରତ ସନ୍ଧ୍ୟାର ମରତ ଆକାଶେ

ସରଗ ଶଶିର ଶୀତଳ ନିଆଁ।।


ସନ୍ତରଣ ରତ ଚାନ୍ଦ ଅବା ତୁମେ

ସ୍ଫଟିକ ସ୍ଵଛ ସରସି ର ଅଙ୍ଗେ,

ଚଗଲା ଢେଉରେ ଫୁଙ୍ଗୁଳା ଫୁଙ୍ଗୁଳା

କୁନ୍ଦ ଦେହୀ ଚାନ୍ଦ ଲହଡି ଭାଙ୍ଗେ।।


ଝରକା ଫାଙ୍କରୁ ଅକୁହା ଆବେଗେ 

ପିଆଶି ଆଖିର ପ୍ରତୀକ୍ଷା ତୁମେ,

ଅନିଦ୍ରା ଆଖିର ଭିଜା ପଲକରୁ

ଅଝରା ଲୁହର ସମୀକ୍ଷା ତୁମେ।।


କାୟାକୁ କାୟାର ମାୟା ମୋହେ ଯେବେ

ଗରମ ନିଃଶ୍ୱାସ ପ୍ରଖର ତୁମେ,

ହାଲୁକା ଛାତି କୁ ଦେଇ ଦୁଲୁକେଇ

ବୋଳି ଯାଅ ପ୍ରୀତି ଅବିର ତୁମେ।।


ମହୁଲି ମାଘର କୋହଲା କୋହଲା

ଶୀତ ଶିହରଣ ସଂଚାର ତୁମେ,

କାଖ ତଳେ ଗୁଂଜା ହାତ ପାପୁଲିର

ଉଷୁମ ଆରାମ ବିଚାର ତୁମେ।।


ମାଆ ପହ୍ନା ତଳେ ମୁହଁ ଗୁଞ୍ଜି ଗୁଞ୍ଜି

କଅଁଳା ବାଛୁରୀ ପିଏ କି କ୍ଷୀର,

ଲାଳୁଆ ମୁହଁର ଚଞ୍ଚଳ ଚାଳନେ

ଚଅଁ ଚଅଁ ସ୍ୱର ସୃତି ମଧୁର।।


ପଥର ସନ୍ଧିରୁ ଡେଇଁ ପଡେ ଯେବେ

ଝର ଝର ସ୍ୱରେ ନିର୍ଝର ଧାର।

ପତ୍ର ଫାଙ୍କରୁ ଛାଣି ବୁଣି ଯାଅ

ସୂର୍ଯ୍ୟ କିରଣର ଚହଲା ଗାର।।


ତୁମେ ସ୍ବପ୍ନ ମୋର କଳ୍ପନା ଭିଜା

ନିଦୁଆ ପଲକେ ଅଟକି ରୁହ,

ନ ସରୁ ଏ ରାତି ନ ଖୋଲୁ ଏ ଆଖି

ଅନ୍ତର ତଳେ ମୋ ଏମିତି ଥାଅ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance