STORYMIRROR

ବିନୟ ମହାପାତ୍ର

Abstract Romance

4  

ବିନୟ ମହାପାତ୍ର

Abstract Romance

ମୃଗତୃଷ୍ଣା

ମୃଗତୃଷ୍ଣା

1 min
380

କୃଷ୍ଣା ତୁମେ ଗୋ,

ମୃଗତୃଷ୍ଣା ପରି ଛଳନା ମୟୀ,

ଜଳାଇ ମାର ଗୋ,

ପିୟାସୀ ପରାଣେ ମମତା ଦେଇ ।।

ଦୂର ଦିଗ୍‌ବଳୟ ସ୍ନିଗ୍ଧତା ନେଇ

ଚିକ୍କଣ ତୁମ ତନୁ ମାଧୁରୀ,

ଦୂର ପର୍ବତର ଶ୍ୟାମଳିମା ନେଇ

ଶ୍ୟାମଳିନୀ ତୁମ ତନୁ ବଲ୍ଲରୀ,

ମୃଗତୃଷ୍ଣା ପରି ମିଥ୍ୟା ସବୁ ଗୋ

ଲୁଚିଯାଅ ଖାଲି ଛଳନା ଦେଇ ।

କୃଷ୍ଣା ତୁମେ ଗୋ,

ମୃଗତୃଷ୍ଣା ପରି ଛଳନା ମୟୀ ।।

ସବୁ ମିଥ୍ୟାରେ ହଜିଛି ଆଜି ମୁଁ

ଭ୍ରାନ୍ତ ପଥିକ ଏକା,

ଏ ମରୁ ପଥରେ ଏକାକୀ ଯାତ୍ରୀ

ପାଉନି କାହାର ଦେଖା,

ଛଳାଅନା ଆଉ ନାୟିକା ଗୋ ତୁମେ

ମିଛ ମାୟାର ଏ ଲୋଭ ଦେଖାଇ ।

କୃଷ୍ଣା ତୁମ ଗୋ,

ମୃଗତୃଷ୍ଣା ପରି ଛଳନା ମୟୀ ।।

ମନେ ପକାଇଲେ ହୃଦୟ ଜଳାଅ

ବିରହ ବେଦନା ଜଳାଏ ଦେହ,

ମନରୁ ଅଲଗା କରି ଦେଇ ଅବା

କେମିତି ବଞ୍ଚିବ ଏ ଦେହ କୁହ,

ଦୁରେ ଚାଲି ଗଲ ସବୁ ଭୂଲି ଗଲ

ମୋ ହୃଦୟକୁ ମିଛ ବାହାନା ଦେଇ ।

କୃଷ୍ଣା ତୁମେ ଗୋ,

ମୃଗତୃଷ୍ଣା ପରି ଛଳନା ମୟୀ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract