STORYMIRROR

Subhalaxmi Nayak

Romance

4  

Subhalaxmi Nayak

Romance

ଭାବନାର ଅନ୍ତରାଳେ

ଭାବନାର ଅନ୍ତରାଳେ

1 min
562

ବର୍ଷା ଭିଜା ସକାଳର 

ଓଦା ଓଦା ସୁନେଲି କିରଣ

ପ୍ରେମର ସାତରଙ୍ଗ ଆଙ୍କି 

ମନରେ ଅଜଣା ଶିହରଣ

କହି କି ପାରିବ !

କେଉଁ ଦିଗନ୍ତରେ ସେ ଦୃଶ୍ୟମାନ

ମୋ ମନର ଆଇନାରେ ସିଏ

ପ୍ରତିଛବିର ଗୋଟେ ମାୟାର ଆବରଣ

କେବେ ସ୍ୱପ୍ନରେ କେବେ ସତରେ

ପ୍ରେମ ବି ଅଛି ବିରହ ଯନ୍ତ୍ରଣା ବି ଅଛି

ସତ କହିବି !

ଏମିତି ଅନୁଭବ ହିଁ କାହିଁକି ଅଛି ?

ଦୂରେ ରହିବା ତ ସଜ୍ଜା ନୁହେଁ 

ଗୋଟେ ଅଲଗା ମଜା ବି ଅଛି,

ବେଳାଭୂମିର ସେଇ ଅଲିଭା ଶଯ୍ୟାରେ

ଦୁଇଟି ନାଁ ଥିଲା ଲେଖା

ସମୟର ଚୋରାବାଲିରେ ତୁମେ ଲୁଚିଗଲ

ମୁଁ ଆଜି ବି ସେଇ ଦୀପର ପ୍ରଜ୍ୱଳିତ ଶିଖା ।



Rate this content
Log in

Similar oriya poem from Romance