STORYMIRROR

Dr.Sashi Bhushan Mohapatra

Romance

4  

Dr.Sashi Bhushan Mohapatra

Romance

ଆସ ଜହ୍ନକୁ ଯିବା

ଆସ ଜହ୍ନକୁ ଯିବା

1 min
383

 

ଆସ ଆମେ ଜହ୍ନକୁ ଯିବା

ଜହ୍ନ ପୃଷ୍ଠରେ ଦୁହେଁ ମିଶି

ନୂଆ ଏକ କାହାଣୀ ଲେଖିବା,

ଗୋଲାପ ପାଖୁଡାର ଘରେ

ପ୍ରେମର ଦିହୁଡ଼ି ଜାଳି

ଦିନରାତି ସ୍ଵପ୍ନ ଦେଖିବା ।


ପ୍ରେମ ଏକ ଋତୁ ହେବ

ଛଳନା ପ୍ରତାରଣା ନୁହେଁ 

ହୃଦୟଭରା ମଧୁର ପ୍ରେମ ରହିବ।

ଭଲପାଇବାରେ ବିତାଇବା ଦିନରାତି

ଲେଖିଦେଇ ଅଲିଭ ଜୀବନ କବିତା ।

ହସଲୁହ ସବୁ ଅଧା ଅଧା ବାଣ୍ଟି ।


ସବୁରାତି ଜହ୍ନ ରାତି ହେବ

ସବୁ ଫୁଲ ପାରିଜାତ

ସବୁ ବନ ତୁଳସୀ ବନ

ସବୁ ଋତୁ ପ୍ରେମ ଋତୁ

ସବୁ ମାସ ମଧୁ ମାସ

ସବୁ ଦିନ ପ୍ରିତୀମୟ

ସବୁ ବସ୍ତୁହେବ ଫୁଲଠୁ କୋମଳ,

ତାରା ସବୁ ଧାରା ଦେବେ

ତୁମେ ଗଲେ କଥା ସବୁ ନଦୀ ହେବେ ।


ସ୍ୱପ୍ନର ରାଇଜ ସିଏ

ହଜିଯିବ ମନ ସେଠି

ଆୟୁଷ ବିତିଯିବ ସ୍ଵପ୍ନ ଦେଖି,

ଆମେ ହେବା ଫୁଲ କିମ୍ବା ପ୍ରଜାପତି

ପଚାରିବନି ହେବା କେମିତି,

ତାରାଙ୍କ ଅସାରରେ ଦିନରାତି

ବିତିଯିବ, ତୁମେ ଥିଲେ ସାଥି ।


ଦେଖିବ ସମୟ ସରିଯିବ

ଫୁଲ କିନ୍ତୁ ଝରୁଥିବ

ପ୍ରଜାପତି ଫୁଲରୁ ଫୁଲକୁ ଉଡୁଥିବ,

ସବୁଦିନ ଜହ୍ନ ଆଲୁଅରେ

ଜଣାପଡିବନି ବିତିଯିବ ଜୀବନ କେମିତି ।


ଆସ ଚନ୍ଦ୍ରଯାନ ପ୍ରସ୍ତୁତ

ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡ କଲାଣି ବିକ୍ରମ

ଜାଗାଟିଏ ଖୋଜିଦେବ ଆମ ପାଇଁ

ଯେଉଁଠି ପୃଥିବୀସହ ସମ୍ପର୍କ ଯୋଡିହେବ,

ଜହ୍ନ ଆଜି ଆମ ସ୍ୱପ୍ନର ଘର

ଆସ ଲେଖିବା ସେଠି ନୂଆ ଇତିହାସ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance