STORYMIRROR

Sunita Barik

Romance

4  

Sunita Barik

Romance

ଅସ୍ତିତ୍ବ

ଅସ୍ତିତ୍ବ

1 min
353

ତୁମେ କୁହ ମୁଁ କାଳେ ଫୁଲେଇ 

କେବେ ପୁଣି କୁହ ଭାରି ମନୋଇ

କଥା କଥାରେ ଆଖିରୁ ଲୁହ ଝରାଏ

ବୋଲି ମୁଁ କାଳେ ଭାରି ନାକ କାନ୍ଦୁରୀ

ବେଳେବେଳେ ମୁଁ ଅବୁଝା ଶ୍ରାବଣୀ

ପୁଣି କେବେ କୂଳ ଲଙ୍ଘି ଲହରୀ ।

କୁହ ତ!

ମୋ ଭିତରେ ଏତେ ସବୁ ଵଦଗୁଣ ଅଛି

ଜାଣି ବି ତୁମେ ଦାବି କର

ତୁମ ଜୀବନ ଠୁ ବି ମୋତେ ଅଧିକ ପ୍ରେମ କର ବୋଲି

ସତରେ ଏମିତି ଝିଅକୁ

କ'ଣ ପ୍ରେମ କରିହୁଏ !

ସେଥିପାଇଁ ତ ତୁମର ସେ କଥାକୁ

ସହଜରେ ଗ୍ରହଣ କରିପାରେନି ଏଯାବତ୍

ମୁଁ ଛଳଛଳ ଉତ୍ତାଳ ତରଙ୍ଗ

ତୁମେ ଗୁରୁ ଗମ୍ଭୀର ସାଗର ।

ମୋର ଇଚ୍ଛା ସବୁ ଵନ୍ଧନରୁ ମୁକ୍ତି

କିନ୍ତୁ ତୁମେ ମୋତେ ବାନ୍ଧି ରଖିବାକୁ ତତ୍ପର

ମୋ ଭିତରେ ଥିବା ଏତେ ସବୁ ଵଦଗୁଣକୁ

ଆପଣେଇନେବା ରେ ତୁମର ଆନନ୍ଦ

ଅଥଚ ମୁଁ ମୋ ଅଭ୍ୟାସ ପରିତ୍ୟାଗ କରିବାକୁ ନାରାଜ ।

ତୁମେ ମୋତେ ପ୍ରେୟସୀ କରିବାକୁ ଆଗ୍ରହୀ

ମୁଁ କିନ୍ତୁ ଅଗ୍ରାହ୍ୟ କରେ ତୁମ ର ସବୁ ନିଷ୍ପତ୍ତି

କିଏ ଜାଣେ ଏବେ ସବୁ ଖରାପ ଭଲ ଲାଗୁଥିବା ବେଳେ

ପରମୂହୂର୍ତ୍ତରେ ପାଦରେ ଶିକୁଳି ସାଜିଵ ।

ଏବଂ ପ୍ରେମ ବୋଲି କହୁଥିବା ସଂପର୍କର ମାନ 

କେଇଟା ଦିନର ଅବଧି ପରେ

ଵୋଝ ସାଜି ସାରା ଜୀବନ ଦହଗଞ୍ଜ କରିବ

ସେଥିପାଇଁ ତ ମୁଁ ମୋ ନିଜର ଅସ୍ତିତ୍ବକୁ ।

ସଜାଡି ରଖିଛି 

ଯେମିତି କାହାର

ମିଥ୍ୟା ପ୍ରହସନ ରେ ତାକୁ ହାରିବାକୁ ନପଡୁ

ବରଂ ନିଜର ସ୍ଵାତନ୍ତ୍ରତା ସେ ନିଜେ ବଜାୟ ରଖୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance