STORYMIRROR

ବୀଣା ନାୟକ

Others

3  

ବୀଣା ନାୟକ

Others

କେବଳ ତୁମ ପାଇଁ ମୁଁ

କେବଳ ତୁମ ପାଇଁ ମୁଁ

1 min
8

ମୁଁ ତ ମାଗିନଥିଲି ତୁମକୁ ତୁମର 

ସେ ଅପାସୋରା ଅତୀତଟାକୁ

ଯେଉଁଠି ଅହ ରହ ଜଳୁଛି

ମୋ ଜୀବନର ପ୍ରତେକଅନ୍ତର୍ଦ୍ଧାହ 

ଆଉ ଲିଭି ଲିଭି ଆସୁଥିବା

ଜୀବନ ଦୀପର ଶେଷ ଆଲୁଅଟା

କାହିଁ ଥରେ ତ ତୁମେ ପଚାରିଲନି

କେମିତି ତୁମେ ଅଛ ବୋଲି 

ଅନ୍ଧାର ଟା ଏବେ ମୋତେ 

ଖୁବ ଭଲ ଲାଗେ ବୋଲି

ସବୁ ଆଲୁଅକୁ ମୁଁ ଏବେ ବନ୍ଧ କରିଦେଇଛି

ସେ ଅନ୍ଧାରରେ ଏବେ ମଧ୍ୟ 

ତୁମକୁ ମୁଁ ଦେଖୁଛି

କୁହ କାହିଁକି ଖେଳୁଛ ମୋ ସହିତ 

ତୁମେ ଛାଇ ଆଲୁଅ ର ଖେଳ

ଯିଏ ଆଜି ତୁମ ପାଇଁ ପାଲଟି ଯାଇଛି 

ଗୋଟିଏ ମରୁଭୂମିର 

କେବଳ ବାଲିର ପାହାଡ 

ଦୟା କରି ଆଉ ମୋତେ ତୁମେ 

କରିଦିଅନା ତୁଷାର୍ତ୍ତ ମରୀଚିକା 

ତୁମର ଖୁସି ପାଇଁ ମୁଁ ଆଜି 

ଦୂରେଇ ଯାଇଛି ତୁମ ଠାରୁ 

ତା ବୋଲି ତୁମେ ଭାବନି

ମୁଁ ତୁମକୁ ଭୁଲିଯାଇଛି ବୋଲି

ଆଜି ମଧ୍ୟ ତୁମ ପାଇଁ ମୁଁ ସାଇତି ରଖିଛି

ତୁମ ପସନ୍ଦର ସବୁ କିଛି 

ଥରେ ଆସି ଦେଖ

ଏବେ ମୁଁ ଏଇଠି କେମିତି ଅଛି ।


Rate this content
Log in