STORYMIRROR

Dhirendra Kumar Pradhan

Romance

4  

Dhirendra Kumar Pradhan

Romance

ମୋ ଝର୍କାରୁ

ମୋ ଝର୍କାରୁ

1 min
398

ମୋ ଝର୍କାରୁ ଭାରି ଭଲଲାଗେ ଝର୍କା ସେପାଖ ଖରା

ଭାରି ଭଲଲାଗେ ଝର୍କାସେପାଖ ବର୍ଷା ଆଉ କୁହୁଡି।

ଜ୍ୟେଷ୍ଠର ନିଦାଘବି ବରଫ ପାଲଟେ

ଶ୍ରାବଣର ବର୍ଷା ଛିଟା ବି ନିଆଁ ଲଗାଏ

ଆଉ ମାଘର କୁହୁଡି ବି କାଶ୍ମୀର ଶାଲର ଉଷୁମ ଦିଏ

ତମ ଝର୍କାର ପରଦା ଆଢୁଆଳୁ ତମ ମୁହଁ ଦେଖାଗଲେ।


ଆଉ ତମ ଆଖି ଯବେ ମୋ ଝର୍କାରେ ପଡେ

ଲାଗେ ଏଇ ତ ଚନ୍ଦ୍ର ମୋ ପୃଷ୍ଠରେ ଅବତରଣ କଲାକି ଆଉ।


ଶରତ ସକାଳେ ତମେ କେଶରୀ ଦୁପଟାରେ

ଉଦିତ ସୂର୍ଯ୍ୟ ପରି ଉଭାହୁଅ ତୁମ ଝର୍କାରୁ

ମୋ ଗୋଲାପ କୁଣ୍ଡର ଗୋଲାପ ସୂର୍ଯ୍ୟମୂଖୀ ସାଜେ

ଆଉ ପଦୁଅଁ ପରି ଲାଜରେ ସରମି ଯାଏ।


ଭାରି ଭଲଲାଗେ ଆଳତୀଧୂପର ବାତ୍ସ୍ନା ତୁମ ଗୁଣୁଗୁଣୁ ପ୍ରାର୍ଥନା

ମୋ ଝର୍କା ମୋତେ କହେ ଖାଲି ଟୋପେ ସିନ୍ଦୂର ଦେ,

ତୋ ଅଗଣା ବି ମହକିବ

ମୁଁ କହେ ତୋର ଏତେ ବିଶ୍ବାସ ?

ମୋ ଝର୍କା କହେ, ଦେଖୁନ ସେପଟ ଝର୍କା ଯାଏ,

ଡୋରିଟିଏ ତିଆରି ହେଉଛି ।

ଝର୍କା ତ ବନ୍ଦ ହୁଏନି କେବେ,ନା ମୋ ଘରର ନା ମୋ ମନର

ତମ ଝର୍କା ବନ୍ଦ ହେଲାପରେ,

ଅଧାରାତି କଟେ ଝର୍କା କାଚରେ ଆଲୁଅ ଦେଖି

ବାକି କଟିଯାଏ ନୂତନ ସକାଳ ଆପେକ୍ଷାରେ।


ଆଉ

ଆଜିତ ଖୋଲିଛି ଝର୍କା ଏକ ସୁନ୍ଦର ସକାଳକୁ ଅଭୂଲା କରି,

ପ୍ରେମର ପ୍ରତିଶୃତିର।

ଆଉ ତମ ନୂଆଖାଇ ଜୁହାରଟା ନବାନ୍ନର ମହକ ନେଇ ଆସିଛି,

ତମ ଝର୍କାରୁ ମୋ ଝର୍କାକୁ ।


ମୋ ବାଲକୋନିରୁ , ଗୋଲାପର ମହକ ନେଇ ଯାଇଥିବା ଭଅଁର ଟି ଫେରିଆସିଛି,

ଅପୂର୍ବତାକୁ ଦର୍ଶନ କରି,

ଯେ ସେପଟ ଝର୍କା ରେ କାଶଫୁଲ ହସୁଛି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance